ଅନୁଗୋଳ ପାଳୁଛି ଜିଲା ଗଠନ ର ୩୦ ବର୍ଷ ପୁର୍ତ୍ତ। ପଥ ଉତ୍ସବର ମଜାନେଲେ ଲୋକେ ।

ଅନୁଗୋଳ ଜିଲା ପାଳୁଛି ଜିଲା ଗଠନ ର ୩୦  ବର୍ଷ ପୁର୍ତ୍ତ। ଯାହାପାଇଁ ଜିଲା ବ୍ୟାପି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସର ରେ ରବିବାର ଜିଲାର ଭିଭିନ୍ନ ଉପଖଣ୍ଡ ରେ ଆୟୋଜିତ ହେଉଛି ରାହଗିରି ବା ପଥଉତ୍ସଵ ।ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଠାରୁ BED କଲେଜ ପର୍ଯ୍ୟନ୍ତ ରାସ୍ତା ରେ ଦେଖିବାକୁ ମିଳିଥଲା ବିଭିନ୍ନ କଳା ପ୍ରତିଭା ।ଯୋଗ ଠାରୁ ଆରମ୍ବ କରି ଡ୍ୟାନ୍ସ , ଯୁମ୍ବ ଠାରୁ ଆରମ୍ଭ କରି କରାଟେ ଏଭଳି କେତେକଣ  କଳା ପ୍ରତିଭା ଦେଖିବାକୁ ମିଥିଲା ଏଥର ପଥ ଉତ୍ସବ ରେ ।ପୁରା ତିନି ଘଣ୍ଟା କାଳ ରାସ୍ତା କୁ ନିଜ କବ୍ଜା କୁ ନେଇ ଥିଲେ ଅନୁଗୋଳ ସହର ବାସୀ । ଧୁଡୁକି ବାଦ୍ୟ ଠାରୁ ଆରମ୍ଭ କରି ମହିମା ଧର୍ମି ଖଞ୍ଜଣି ସଙ୍ଗୀତ ପରିବେଷଣ ଦେଖୁଥିଲେ ସହର ବାସୀ ।

ଶୀତୁଆ ସକାଳ ରେ ଏହି ପଥ ଉତ୍ସବ କୁ ମନ ଭର ଉପଭୋଗ କରିଥିଲେ ସମସ୍ତେ। ଛୁଆ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଏହାର ମଜା ନେଇଥିଲେ। ଉପ ବାଚସ୍ପତି ରଜନୀକାନ୍ତ ସିଂ , ଜିଲାପାଳ ସିଧାର୍ଥ ଶଙ୍କର ସ୍ୱାଇଁ , ଏସ ପି ଜଗମୋହନ ମିନା ଉପ ଜିଲ୍ଲାପାଳ ବୈତୁରା ଦୀପ, ଅନୁଗୋଳ ପୌରପାଳିକାର ନଗରପାଳ ଅକ୍ଷୟ ସାମନ୍ତ, ଜିଲା ପରିଷଦ  ଅଧକ୍ଷ୍ୟା ବବିତା ପ୍ରଧାନ, ପ୍ରମୁଖ ଯୋଗ ଦେବା ସହ ପୁରା ଅଞ୍ଚଳରେ ହେଉଥିବା ବିଭିନ୍ନ ସଂସ୍କୃତି କ କାର୍ଯ୍ୟକ୍ରମ କୁ ବୁଲି ଦେଖିଥିଲେ। କଳା ପ୍ରତିଭା କୁ ଲୋକ ଲୋଚନକୁ ଆଣିବା ର ଏକ ପ୍ରୟାସ ହୋଇଥିଲା ଏଥର ପଥ ଉତ୍ସବ। ସେହିପରି ଜିଲାର ତାଳଚେର ,ପାଲଲହଡା ଓ ଆଠମଲ୍ଲିକ ଉପ ଖଣ୍ଡରେ ମଧ୍ୟ ଉତ୍ସବ କୁ ବେଶ ଉତ୍ସାହ ସହକାରେ ପାଳନ କରାଯାଇଥିଲା ।  ଆଗକୁ ଓଡ଼ିଶାରେ ହକି ମହାକୁମ୍ଭ ଆୟୋଜନ ହବାକୁ ଥିବା ବେଳେ ଏଠାରେ ମଧ୍ୟ ଏନେଇ ହକି ୱାର୍ଲଡ଼କପ ନେଇ ପ୍ରଦର୍ଶନ କରାଯାଇଥିଲା

Leave a Reply

Your email address will not be published. Required fields are marked *