ଅନୁଗୋଳ: ଅନୁଗୋଳ ଜିଲ୍ଲା ଗଠନ ପୁରିବାକୁ ଯାଉଛି 30 ବର୍ଷ। କାହାପାଇଁ ଜିଲା ପାଳନ କରୁଛି ଅଗ୍ରସର ଅନୁଗୋଳ। ଏହି ଅବସରସ ଆଜି ଏକ ମିନି ମାରାଥନ ରନ ଫର ଅନୁଗୋଳ ଅନୁଷ୍ଠିତ ହୋଇଯାଇଛି। ଅନୁଗୋଳ ଐତିୟ ସଂସ୍କୃତି କୁ ଆହୁରି ଲୋକ ଲୋଚନ କୁ ଆଣିବା ଓ 30 ବର୍ଷ ତଳର ଅନୁଗୋଳ ଓ ଆଜିର ଅନୁଗୋଳ ମଧ୍ୟରେ ହୋଇଥିବା ବିକାଶ ଧାରା କୁ ସମସ୍ତ ଙ୍କ ପାଖରେ ପହଞ୍ଚାଇବା ଲକ୍ଷ ନେଇ ଏହି ମାରାଥନ ଅନୁଷ୍ଠିତ ହୋଇଥିଲା।




ଶୈଳ ଶ୍ରୀକ୍ଷେତ୍ର ସମ୍ମୁଖରୁ ଆରମ୍ବ ହୋଇଥିବା ମାରାଥନ କୁ ଉପ ବାଚସ୍ପତି ରଜନୀକାନ୍ତ ସିଂ ଓ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପତାକା ଦେଖାଇ ଆରମ୍ଭ କରିଥିଲେ। ମାରାଥନ ପୁରା ସହର ପରିକ୍ରମା କରି ପୁଣି ସେଠାରେ ଆସି ପହଁଥିଲେ। ଏଥିରେ ସବୁ ବର୍ଗର ଲୋକେ ସାମିଲ ହୋଇଥିଲେ ।ଏହି ମାରାଥନ ପାଇଁ ଯୁବ ଗୋଷ୍ଠୀ ଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା।

ଅଭିଭକ୍ତ ଢେଙ୍କାନାଳ ଜିଲ୍ଲାରୁ 1993 ମସିହା ଏପ୍ରିଲ 1 ରେ ଅନୁଗୁଳ ସ୍ଵତନ୍ତ୍ର ଜିଲ୍ଲା ଭାବେ ମାନ୍ୟତା ପାଇଥିଲା । ଏଥିପାଇଁ ଉତ୍ସାହ ବୃଦ୍ଧି ପାଇଥିବା ବେଳେ ଜିଲ୍ଲା ପୂର୍ତ୍ତିର ଉତ୍ସବ ଆରମ୍ଭ ହୋଇ ଯାଇଛି । ଏଥିପାଇଁ ଜିଲ୍ଲାରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କାର ଯାଇଥିବା ବେଳେ ଆହୁରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁ ରହିଛି । ସେହି ଧାରାରେ ଆଜି ଏହି ମିନି ମାରଥନ ର ଆୟୋଜନ ଜିଲ୍ଲା ପ୍ରଶାସନ ପକ୍ଷରୁ କରା ଯାଇଥିଲା । ସମୂହ ଭାବେ ଅନୁଗୁଳର ଗୌରବ , କଳା , ସଂସ୍କୃତିକୁ ପ୍ରଚାର ପସରା ପାଇଁ ରନ ଫର ଗ୍ଲୋରି , ରନ ଫର ମେମୋରୀ ପାଇଁ ଆଜି ଶକୁ ଦଉଡିଥିଲା ଅନୁଗୁଳ । ଏଥିରେ 400 ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । କେବଳ ଯେ ଅନୁଗୁଳ ଜିଲ୍ଲାରୁ ନୁହେଁ , ଜିଲ୍ଲା ବାହାରର ମଧ୍ୟ ଯୁବ ପିଢୀ ଆଗ୍ରହ ଦେଖାଇ ଏହି ମାରଥାନରେ ଭାଗ ନେଇଥିଲେ । ଅନୁଗୁଳ ଜଗନ୍ନଥା ମନ୍ଦିର ଆଗରୁ ଏହି ମାରାଠନ ଆରମ୍ଭ ହୋଇ ଶିଶୁ ଉଦ୍ୟାନ ଛକ , ଥାନା ଛକ ଓ ବଜାର ଦେଇ ପୁଣି ଜଗନ୍ନାଥ ମନ୍ଦିର ନିକଟରେ ଶେଷ ହୋଇଥିଲା ।



ଏହି କାର୍ଯ୍ୟକ୍ରମରେ ଅନ୍ୟ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ବିଧାନ ସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହ , ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ଓ ଅନୁଗୁଳ ଏସପି ଜଗମୋହନ ମିନା ଆଦି ଅତିଥି ଭାବେ ଯୋଗ ଦେଇ କୃତି ପ୍ରୀତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଓଲିଉଡ କଳାକାର ନାଭ୍ୟା ଓ ସାଥି କଳାକାର ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।