ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା: ଓଡ଼ିଆ ବାୟୁସେନା ଅଧିକାରୀଙ୍କ ମୃତ୍ୟୁ

ଅନୁଗୋଳ: ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାରେ  ସିଡିଏସ୍ ଜେନେରାଲ୍ ବିପିନ୍ ରାୱତଙ୍କ ସହ ୧୩ଜଣଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ଭିତରେ ଅଛନ୍ତି ଜଣେ ଓଡ଼ିଆ ଯବାନ। ସହିଦ ଯବାନ ହେଉଛନ୍ତି ଅନୁଗୁଳ ତାଳଚେରର ରାଣା ପ୍ରତାପ ଦାସ।  ରାଣାପ୍ରତାପ ଜୁନିଅର ୱରେଣ୍ଟ ଅଫିସର ଭାବେ କାର୍ୟ୍ୟରତ ଥିଲେ। ଏନେଇ ତାଙ୍କ ତାଙ୍କ ଭିଣୋଇ ସଂକଳ୍ପ ଦାସ ସୂଚନା ଦେଇଛନ୍ତି। ତାଙ୍କର ମୃତ୍ୟୁ ନେଇ ତାଙ୍କର ଭିଣୋଇ କହିଛନ୍ତି ଯେ, ସେ ଦୀର୍ଘ ୧୫ ବର୍ଷ ହେବ ବାୟୁସେନାରେ କାର୍ୟ୍ୟରତ ଥିଲେ। ସେ ପରିବାରର ଏକାମାତ୍ର ପୁଅ ଥିଲେ। ଅନ୍ୟପଟେ ରାଣାପ୍ରତାପଙ୍କ ମୃତ୍ୟୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇନି। ରାଣାପ୍ରତାପଙ୍କ ମୃତ୍ୟୁ ଖବର ଗତକାଲି ତାଙ୍କ ପତ୍ନୀ ପରିବାର ଲୋକଙ୍କୁ ଜଣାଇଥିଲେ।

ରାଣା ପ୍ରତାପ ବାୟୁସେନାର ଜୁନିୟର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ। ପାଖାପାଖି ମାସେ ହେବ ତାମିଲନାଡୁରେ ରହିଆସୁଥିଲେ। ବାପା ଶ୍ରୀବତ୍ସ ଦାସ ଜଣେ ଅବସରପ୍ରାପ୍ତ କଲେଜ ବରିଷ୍ଠ କିରାଣୀ । ଅବସର ପରେ ସେ ଅସୁସ୍ଥ ପ୍ରାୟ ରହୁଥିବା ବେଳେ ମା ସୁଷମାଙ୍କ ମାନସିକ ସ୍ଥିତି ଭଲ ନାହିଁ। ବୟସର ଅପରାହ୍ନରେ ୩୫ବର୍ଷର ପୁଅକୁ ହରାଇବାର ବାପା-ମା ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ରାଣାଙ୍କ ପତ୍ନୀ ଶିବାଙ୍ଗୀ ଏୟାରଫୋର୍ସରେ ଡେଣ୍ଟିଷ୍ଟ ଅଛନ୍ତି। ତାଙ୍କର ବର୍ଷକର ପୁଅଟିଏ ରହିଥିବା ବେଳେ ସେ ଏବେ ବିହାରରେ କାର୍ଯ୍ୟରତ ଥିବା ସୂଚନା ମିଳିଛି । ତେବେ ରାଣା ଘରର ସାନ ପୁଅ ହୋଇଥିବା ବେଳେ ତାଙ୍କ ବିୟୋଗରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ସୂଚନାଯୋଗ୍ୟ, ଗତକାଲି ମଧ୍ୟାହ୍ନରେ ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀଙ୍କ ସମେତ ୯ ଜଣ ସଦସ୍ୟ ଓ ୪ ଜଣ କ୍ରିଉ ମେମ୍ବର ୱେଲିଂଟନ୍ ଯାଉଥିବା ବେଳେ ହେଲିକପ୍ଟରଟି କ୍ରାସ୍ ହୋଇ ଯାଇଥିଲା । ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ବାୟୁ ସେନା ଟ୍ୱିଟ୍ କରି ସୂଚନା ଦେଇଥିଲା।

ସଂପୂର୍ଣ୍ଣ ଭିଡିଓ ଦେଖନ୍ତୁ

Leave a Reply

Your email address will not be published. Required fields are marked *