ଅନୁଗୋଳ; ଚଳିତ ଥର ପ୍ରଥମ କରି ଅନୁଗୋଳ ଜିନ୍ଦଲ ଷ୍ଟିଲା ଆଣ୍ଡ ପାୱାର ପରିସରରେ ହୋଇଥିବା ଜଗନ୍ନାଥ ମନ୍ଦିରରେ ଆୟୋଜିତ ହୋଇଛି ଘୋଷଯାତ୍ରା । ଯେଉଁଥିପାଇଁ କମ୍ପାନୀ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଦେବଭୂମି ଭାବେ ନାମିତ ଏହି ମନ୍ଦିରରୁ ଶ୍ରୀ ବିଘ୍ରହ ମାନେ ଅଣସର ପିଣ୍ଡିରୁ ଧାଡି ପହଣ୍ଡିରେ ଆସି ରଥାରୂଢ ହୋଇଥିଲା । ପ୍ରାତଃ କାଳରେ ଠାକୁର ମାନଙ୍କର ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଆରମ୍ଭ ହୋଇଥିଲା ପହଣ୍ଡି l
ମନ୍ଦିରର ଆଦ୍ୟ ସେବକ ଏବଂ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କସମ୍ପୂର୍ଣ ପରିବାର ଏହି ରଥ ଯାତ୍ରାରେଯୋଗଦେବା ସହପହଣ୍ଡି ସେବା ଏବଂ ଛେରାପହଁରା ନୀତି ସଂପନ୍ନ କରିଥିଲେ lଏହି ପବିତ୍ର ଦିବସରେ ଯୋଗଦାନ କରି ଶ୍ରୀ ନବୀନ ଜିନ୍ଦଲସମସ୍ତଙ୍କୁ ତାଙ୍କ ଶୁଭେଚ୍ଛା ଜଣାଇବା ସହ ପ୍ରକାଶ କରିଥିଲେ ଯେ, ଛେରା ପହଁରା ନୀତି ସଂପନ୍ନ କରି ମୁଁ ଅତ୍ୟନ୍ତ ଭାଗ୍ୟଶାଳୀ ମନେ କରୁଅଛି l ଭଗବାନ ନିକଟରେ ପ୍ରାର୍ଥନା କରୁଅଛି,ଆମ୍ଭ ସମସ୍ତଙ୍କୁ ସମାଜ ସେବା କରିବା ନିମନ୍ତେ ଆଶୀର୍ବାଦ ପ୍ରଦାନ କରନ୍ତୁ ଏବଂ ସମସ୍ତଙ୍କୁ ମୋର ରଥ ଯାତ୍ରାର ହାର୍ଦ୍ଦିକ ଅଭିନନ୍ଦନ l
ପୁରୀ ମନ୍ଦିରର ବୈଦିକ ନୀତି ଅନୁସାରେ ପାଳନ କରାଯାଇଥିବା ଏହି ପବିତ୍ର କାର୍ଯ୍ୟକ୍ରମଟି ପ୍ରାତଃ ୪.୩୦ରୁ ସ୍ଵତନ୍ତ୍ର ପୂଜା ନୀତି ଯଥା, ଦ୍ଵାର ଫିଟା, ମଙ୍ଗଳ ଆରତୀ, ମଇଲମ,ତଡପଲାଗି,ଅବକାଶ ନୀତି, କରାଯାଇଥିଲା lଜେଏସପିଏଲ ଫାଉଣ୍ଡେସନ ଅଧ୍ୟକ୍ଷlଶ୍ରୀମତୀ ଶାଲୁ ଜିନ୍ଦଲ ପ୍ରାତଃ କାଳରେ ସକାଳର ନୀତି-କାନ୍ତି ନିର୍ବାହ କରିବା ସହ ସ୍ଵତନ୍ତ୍ର ପୂଜା ଯଥା, ରଥ ପ୍ରତିଷ୍ଠା ଏବଂ ଅନ୍ୟାନ୍ୟ ନୀତି ସଂପୂର୍ଣ ଶ୍ରଦ୍ଧା ଏବଂ ଭକ୍ତିର ସହ ମନ୍ଦିରର ମୁଖ୍ୟ ପୁରୋହିତଙ୍କ ପରାମର୍ଶ ଅନୁସାରେ ସଂପନ୍ନ କରିଥିଲେlଶ୍ରୀ ନବୀନ ଜିନ୍ଦଲଙ୍କ ମାତା ଏବଂ ଓପି ଜିନ୍ଦଲ ଗୃପର ଚେୟାରମ୍ୟାନ ଏମିରେଟ୍ସ ଶ୍ରୀମତୀ ସାବିତ୍ରୀ ଜିନ୍ଦଲ ଏହି ସ୍ଵତନ୍ତ୍ର ପୂଜା ବିଧି କାର୍ଯ୍ୟକ୍ରମରେ ସାମିଲ ହେବା ସହ ଜିନ୍ଦଲ ନଗରରେ ଆୟୋଜିତ ହୋଇଥିବା ପ୍ରଥମ ରଥ ଯାତ୍ରା ଦେଖିବାର ସୌଭାଗ୍ୟ ପ୍ରାପ୍ତକରିଥିଲେ lଦେବୀ ଶୁଭଦ୍ରାଙ୍କ ଦର୍ପୋଦଳନ ରଥକୁ ବାଳିକା ଏବଂ ମହିଳାମାନେ ସଂପୂର୍ଣ ଉତ୍ସlହ ସହ ଟାଣିବା ଥିଲା ଏହି ରଥ ଯାତ୍ରାର ସ୍ଵତନ୍ତ୍ର ବିଶେଷତାlଏହି ଉତ୍ସବରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଶୀର୍ଷ ଅଧିକାରୀ ଯଥା, ପରିଚାଳନା ନିର୍ଦ୍ଦେଶକ, ଭି.ଆର.ଶର୍ମା , ଇସ୍ପାତ ବ୍ୟବସାୟ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଦିନେଶ କୁମାର ସରୋଗୀ,ସିଏଚଆରଓ ପଙ୍କଜ ଲୋଚନ,ଅନୁଗୋଳ ପ୍ଳାଣ୍ଟ ମୁଖ୍ୟ, ହୃଦୟେଶ୍ଵର ଝା, ନିର୍ବାହୀ ନିର୍ଦ୍ଦେଶକ ସବ୍ୟସାଚୀ ବନ୍ଦୋପାଧ୍ୟାୟ ଏବଂ ଦାମୋଦର ମିତ୍ତଲ, ଅନ୍ୟାନ୍ୟ କର୍ମଚାରୀ ଏବଂ ତାଙ୍କ ପରିବାରବର୍ଗଙ୍କ ସହ ସଂଖ୍ୟାଧିକ ଶ୍ରଦ୍ଧାଳୁ ରଥ ଟାଣିବାର ସୌଭାଗ୍ୟ ଲାଭ କରିଥିଲେଏବଂଅନ୍ନ ପ୍ରସାଦ ସେବନ କରିଥିଲେ l