ଅନୁଗୋଳ: ପୌର ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଥିବା ବେଳେ । ଅନୁଗୋଳ ଜିଲ୍ଲାର ଦୁଇଟି ପୌରପରିଷଦ ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ସଂରକ୍ଷଣ ଚିଠା ପ୍ରକାଶ ପାଇଛି ।
ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଅନୁଗୋଳ ପୌରପାଳିକା ଅଧକ୍ଷ ପଦ ସାଧାରଣ ବର୍ଗଙ୍କ ପାଇଁ ଉଦିଷ୍ଠ ଥିବା ବେଳେ ତାଳଚେର ପୌରପାଳିକା ଅଧକ୍ଷ ପଦ ମଧ୍ୟ ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ସେହିଭଳି ଜିଲ୍ଲାର ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦ ଆଠମଲ୍ଲିକ ରେ ଅଧକ୍ଷ ପଦ ଏଥର ସମ୍ଭାଳିବେ ମହିଳା । ତେବେ ଏନେଇ ଆପତ୍ତି ଅଭିଯୋଗ/ ପରାମର୍ଶ ଦାଖଲ ପାଇଁ ୧୫ ଦିନର ମହଲତ ଦିଆଯାଇଛି । ଆପତ୍ତି ଅଭିଯୋଗ ଗ୍ରହଣ ପରେ ପରବର୍ତ୍ତୀ ସମୟରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି