ବିଜେଡି ପରେ ଗୋଏଲଙ୍କୁ ଭେଟିଲେ ବିଜେପି ସାଂସଦ,ଧାନ କିଣା ପ୍ରସଙ୍ଗ ଏବେ ଦିଲ୍ଲୀରେ,

ନୂଆଦିଲ୍ଲୀ: ଧାନ କିଣା ପ୍ରସଙ୍ଗକୁ ନେଇ ଓଡ଼ିଶା ରାଜନୀତି ପଡ଼ୁଛି ଉଠୁଛି। ସବୁ ଚାଷୀଙ୍କ ଧାନ କିଣାଯିବା ପ୍ରସଙ୍ଗ  କୁ ନେଇ ବିଧାନସଭା ଅଚଳ ହେଉଛି ।  ସେପଟେ ଓଡ଼ିଶାର ଧାନ କିଣା ପ୍ରସଙ୍ଗ ଜାତୀୟ ରାଜନୀତି ମଧ୍ୟ ସରଗରମ । ପ୍ରଥମେ ବିଜେଡି ପରେ ବିଜେପି ସାଂସଦମାନେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ବିଜେପି ସାଂସଦମାନେ କେନ୍ଦ୍ର ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ବିଭିନ୍ନ ମଣ୍ଡିରେ ପଡ଼ିରହିଥିବା ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ ଲାଗି ଦାବି କରିଛନ୍ତି। ଗତକାଲି ବିଜେଡି ସାଂସଦମାନେ ମଧ୍ୟ ଶ୍ରୀ ଗୋଏଲଙ୍କୁ ଭେଟିଥିଲେ ଓ ବକେୟା ସବ୍‌ସିଡି ଅର୍ଥ ତୁରନ୍ତ ପ୍ରଦାନ ଲାଗି ଦାବି ରଖିଥିଲେ। ବିଜେପିର ସାଂସଦମାନେ ଓଡ଼ିଶାର ବିଭିନ୍ନ ମଣ୍ଡିରେ ପଡ଼ିଥିବା ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦାବିରେ ପୀୟୂଷଙ୍କୁ ଭେଟିଥିଲେ। ବିଜେଡି ଭଳି ବିଜେପି ମଧ୍ୟ ଚାଷୀଙ୍କ ସମସ୍ୟା ଉପସ୍ଥାପନ କରିବା ସହ ଧାନ ସଂଗ୍ରହ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ସ୍ମାରକପତ୍ର ଦେଇଥିଲା।.

Advertisement

Leave a Reply

Your email address will not be published. Required fields are marked *