ଏନଟିପିସି ର ସଡକ ସୁରକ୍ଷା ଚିନ୍ତା .

ରାଷ୍ଟ୍ରାୟତ ଉଦ୍ୟୋଗ ଏନଟିପିସି ର ସଡକ ସୁରକ୍ଷା ଚିନ୍ତା । ଆଜି  ଜାତୀୟ ସଡକ ସୁରକ୍ଷା ମାସର ଶେଷ ଦିନରେ ନିଜର କର୍ମଚାରୀ ଙ୍କୁ ସଡକ ସୁରକ୍ଷା ନେଇ ସଚେତନ କରିଛି ଏହି ରାଷ୍ଟ୍ରାୟତ କମ୍ପାନୀ। ଅନୁଗୋଳ ତାଳଚେର କଣିହାଁ ୟୁନିଟ ପକ୍ଷରୁ ଏଥିପାଇଁ ଏକ ସଚେତନତା ରାଲି ର ଆୟୋଜନ କରାଯିଛି । ପ୍ଲାଣ୍ଟ ପରିସରରେ ସଡକ ସୁରକ୍ଷା ମହୋତ୍ସବ ସମାରୋହରେ, ସୁରକ୍ଷା ବିଭାଗ ପକ୍ଷରୁ ଆୟୋଜିତ ହୋଇଯାଇଛି । ପ୍ଲାଣ୍ଟ ପରିସର ମଧ୍ୟରେ ଏକ ଜନ ସୁରକ୍ଷା ପଦଯାତ୍ରା ଆୟୋଜନ କରିଥିଲା। ଏଥିରେ ସଡକ ସୁରକ୍ଷା  ନିରାପତ୍ତାର ଉପରେ  ଗୁରୁତ୍ୱ ଦିଆଯାଇଥିଲା |

ଏହି ପଦଯାତ୍ରା ଦ୍ୱିତୀୟ ପର୍ଯ୍ୟାୟ ସେବା ଭବନ ରୁ ଆରମ୍ଭ ହୋଇଥିବା ବେଳେ ୟୁନିଟ ର  ସିଜିଏମ୍  ସୁଦୀପ ନାଗଙ୍କ ଏହାର  ଶୁଭାରମ୍ଭ କରିଥିଲେ । ନିଜ କର୍ମଚାରୀ ଙ୍କ ସୁରକ୍ଷା ଓ ନିରାପାତ କୁ ଦୁଷ୍ଟିରେ ରାଖୀ ସେମାନଙ୍କୁ ସଚେତନ କରିବା ଲକ୍ଷରେ ଏହି  କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଥିରେ କମ୍ପାନୀର ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *