ଉତ୍କଳ-ସି କୋଲ ବ୍ଲକ ପାଇଁ ଆରପିଡିଏସି ବୈଠକ ସଫଳତାର ସହ ସଂପନ୍ନ

          କ୍ଷତିପୂରଣ ପ୍ୟାକେଜକୁ ଗ୍ରହଣ କଲେ ପ୍ରକଳ୍ପ ବିସ୍ଥାପିତ ଏବଂ ପ୍ରକଳ୍ପ କ୍ଷତିଗ୍ରସ୍ତ ଜନସାଧାରଣ

ସମ୍ବଲପୁର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଉତ୍କଳ-ସି କୋଲ ବ୍ଲକ ନିମନ୍ତେ  ପୁନର୍ବାସ ଏବଂ ପୁନଃ-ଥଇଥାନ ପରାମର୍ଶଦାତା କମିଟି (ଆରପିଡିଏସି) ବୈଠକ ସମ୍ବଲପୁର ଠାରେ ଆରଡିସି ଡଃ ସୁରେଶ ଚନ୍ଦ୍ର ଦଳେଇଙ୍କ ଅଧ୍ୟକ୍ଷତାରେ  ସଫଳତାର ସହ ସଂପନ୍ନ ହୋଇଯାଇଅଛି lଅନୁଗୋଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ, ଛେଣ୍ଡିପଦା ବିଧାୟକ ଶ୍ରୀ ସୁଶାନ୍ତ ବେହେରା, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ଅଗସ୍ତି ବେହେରା, ପ୍ରକଳ୍ପ ଦ୍ଵାରା ପ୍ରଭାବିତ ଗ୍ରାମର ପ୍ରତିନିଧି ଏବଂ ପରିବାରବର୍ଗ, ଏନଜିଓ /ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ କମ୍ପାନୀ ପ୍ରତିନିଧି ମାନେ ଏହି ବୈଠକରେ ଉପସ୍ଥିତ ଥିଲେ l ଆରପିଡିଏସି କମିଟି ପ୍ରକଳ୍ପ ବିସ୍ଥାପିତ ଏବଂ ପ୍ରକଳ୍ପ କ୍ଷତିଗ୍ରସ୍ତ ଜନସାଧାରଣଙ୍କ ପୁନର୍ବାସ ଏବଂ ପୁନଃ-ଥଇଥାନ ନିମନ୍ତେ ବିସ୍ତୃତ ଭାବେ ଆଲୋଚନା କରିଥିଲେ l 

ସବିସ୍ତୃତ ଆଲୋଚନା ପରେ, କମିଟି  ପ୍ରକଳ୍ପ ସ୍ତରୀୟ ପୁନର୍ବାସ ଏବଂ ପୁନଃ-ଥଇଥାନ କମିଟି (ପିଏଲଆରଆରସି) ବୈଠକରେ ଗୃହୀତ ହୋଇଥିବା ପ୍ରକଳ୍ପ ବିସ୍ଥାପିତ ଏବଂ ପ୍ରକଳ୍ପ କ୍ଷତିଗ୍ରସ୍ତ ଜନସାଧାରଣଙ୍କ ପୁନର୍ବାସ ଏବଂ ପୁନଃ-ଥଇଥାନ ସମ୍ବନ୍ଧୀୟ ପ୍ରସ୍ତାବକୁ ଗ୍ରହଣ କରିଥିଲା l ଉତ୍କଳ-ସି କୋଲ ବ୍ଲକ ନିମନ୍ତେ  ବିସ୍ଥାପିତ ହେଉଥିବା ପ୍ରତ୍ଯେକ ବିସ୍ଥାପିତ ପରିବାରକୁ ୩୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ l ମାତ୍ର, ଜନସାଧାରଣଙ୍କ ଭାବନାକୁ ନଜରରେ ରଖି ପିଏଲଆରଆରସି ପ୍ରସ୍ତାବିତ ଜମି ବାବଦକୁ ଏକର ପିଛା ୧୦ ଲକ୍ଷ ଟଙ୍କା ଏକ୍ସ-ଗ୍ରାସିଆ ପରିମାଣ ବଦଳରେ ଜମିହରା ପରିବାରକୁ ଏକର ପିଛା ୧୨ ଲକ୍ଷକୁ ପ୍ରଦାନ କରାଯିବ l ଏହି ଆରପିଡିଏସି ବୈଠକରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ / ସଦସ୍ୟା ପୁନର୍ବାସ ଏବଂ ପୁନଃ-ଥଇଥାନ ପ୍ଯାକେଜ ଏବଂ ଜମି କ୍ଷତି ନିମନ୍ତେ ଏକ୍ସ-ଗ୍ରାସିଆ ପ୍ରଦାନକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ l ସମସ୍ତ ଗୋଷ୍ଠୀ ସଦସ୍ୟ/ସଦସ୍ୟା ,ହିତଧାରକ ତଥା ନାଗରିକ ସମାଜ, ଆରଡିସି, ଅନୁଗୋଳ ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନଙ୍କୁ ସମସ୍ତଙ୍କ ପାଇଁ ବିଜୟର ସ୍ଥିତି ସୃଷ୍ଟି କରିଥିବା ନିମନ୍ତେ ଧନ୍ୟବାଦ ପ୍ରଦାନ କରିଥିଲେ l ଏହାର ଫଳ ସ୍ୱରୂପ, ଉତ୍କଳ-ସି କୋଲ ବ୍ଲକ ପ୍ରକଳ୍ପ ଅଞ୍ଚଳରେ ଏକ ସକାରାତ୍ମକ ପ୍ରଗତିର ପରିବେଶ ସୃଷ୍ଟି ହୋଇଅଛି l

Leave a Reply

Your email address will not be published. Required fields are marked *