ପୁରୀ : ଗ୍ଲୋବାଲ ମଡେଲ ଇଣ୍ଡିଆର ଫ୍ୟାସନ ସୋରେ ଚମକିଲେ ଅନୁଗୋଳ ର କୁନି ମଡେଲ ସାଇ ଲସ୍କନ୍ୟା । ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀରେ ଆୟୋଜିତ “ଫ୍ୟାସନ ସୋରେ ମଡେଲମାନେ ସମ୍ବଲପୁରୀ ବେଶ ପୋଷାକ ପରିଧାନ କରି ରାମ୍ପ ଶୋରେ ପ୍ରଦର୍ଶନ କରିଥିଲେ । ଏଥିରେ ସବୁଠାରୁ ଆକର୍ଷଣ ଥିଲା କୁନି ମଡେଲ ସାଇ ଲସ୍କନ୍ୟା । ପୁନେର ଗ୍ଲୋବାଲ ବିୟୁଟି ଇଣ୍ଟରନାସନାଲ ଅର୍ଗାନାଇଜେସନ ପକ୍ଷରୁ ଗ୍ଲୋବାଲ ମେଡଲ ଫେସନ ସୋ କରାଯାଇଥିଲା। ଗ୍ଲୋରିଅସ ଓଡିଶାର ଥିମ ନେଇ ଫେସନ ଇକ୍ଲୁସିଭ ସୋ ୨୦୨୧ର ଆୟୋଜନ କରାଯାଇଥିବା ବେଳେ ସେଥିରେ ବେସ ଭଲ ଫ୍ୟାସନ ପଦର୍ଶନ କରିଥିଲେ ସାଇ ଲସ୍କନ୍ୟା ।

ସେ ଶ୍ରେଷ୍ଠ କନିଷ୍ଠ (Best Junior ) ମଡେଲ ଭାବେ ମନୋନୀତ ହେବାସହ ପ୍ରଥମ ସ୍ଥାନ ପାଇ ପୁରସ୍କୃତ ହୋଇଛନ୍ତି । ସାଇ ଲସ୍କନ୍ୟା ହେଉଛନ୍ତି ଅନୁଗୋଳ ରୋଟାରୀ ପବ୍ଲିକ ସ୍କୁଲ ର ଚତୁର୍ଥ ଶ୍ରେଣୀ ର ଛାତ୍ରୀ । ସହର ତାମ୍ରିତ କଲୋନୀରେ ରହୁଥିବା ଲକ୍ଷ୍ମଣ ସାହୁ ଓ ଲକ୍ଷ୍ମୀ ପ୍ରିୟା ସ୍ଵାଇଁ ଙ୍କ ଏକମାତ୍ର ଝିଅ ହେଉଛନ୍ତି ସାଇ ଲସ୍କନ୍ୟା ।


