ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଜାରି: ବଢିଲା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା।

ଭୁବନେଶ୍ବର: ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବଢ଼ିଛି। ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ମାସଠାରୁ ବର୍ଦ୍ଧିତ ଦରମା ଲାଗୁ ହେବା ନେଇ ବିଜ୍ଞପ୍ତି ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବଙ୍କ ଦ୍ବାରା ଜାରି ହୋଇଥିବା ଏହି ବିଜ୍ଞପ୍ତି ଅନୁଯାୟୀ, ମାସିକ ୮୦୭୦ ଟଙ୍କା ପାଉଥିବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଏବେ ୧୦,୧୦୦ ଟଙ୍କା ମିଳିବ। ସେହିପରି ଯେଉଁ କର୍ମଚାରୀମାନେ ୮୩୯୦ ଟଙ୍କା ପାଉଥିଲେ ସେମାନଙ୍କ ନୂଆ ଦରମା ୧୦,୫୦୦ ଟଙ୍କା ହେବ।
୮୭୫୦ ଟଙ୍କା ପାଉଥିବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ୧୦,୯୦୦ ଟଙ୍କା ଓ ୮୮୮୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ୧୧,୧୦୦ ଟଙ୍କା ମିଳିବ। ସେହିପରି୯ ହଜାର ପାଉଥିବା କର୍ମଚାରୀଙ୍କୁ ୧୧,୨୦୦ ଟଙ୍କା ମିଳିବ। ରାଜ୍ୟ ସରକାର ୯୨୫୦ ଟଙ୍କା ଦରମା ପାଉଥିବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ୧୧,୫୦୦ ଟଙ୍କା, ୯୫୦୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ୧୧,୯୦୦ ଟଙ୍କା, ୧୦ ହଜାର ପାଉଥିବା କର୍ମଚାରୀଙ୍କୁ ୧୨,୫୦୦ ଟଙ୍କା ଏବଂ ୧୬,୮୮୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ୨୧,୧୦୦ ଟଙ୍କା ଦରମା ଦେବେ

Advertisement

Leave a Reply

Your email address will not be published. Required fields are marked *