ବାଲୁକା କଳାରେ କଉଡି ଗଣେଶ,ବ୍ୟବହାର ହୋଇଛି ୭ ହଜାରରୁ ଅଧିକ କଉଡି ଓ ଶାମୂକା।

ପୁରୀ : କଉଡି ଓ ଶାମୂକାରେ ଗଣେଶ । ଗଣେଶ ପୂଜା ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ସନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଦେଶବାସୀଙ୍କୁ ଗଣେଶ ପୂଜାର ଅଭିନନ୍ଦନ ଜଣାଇଛନ୍ତି। ପୁରୀ ବେଳେ ଭୂମିରେ ଏକ ସୁନ୍ଦର ଗଣେଶ ତିଆରି କରିଛନ୍ତି । ଏହି ଗଣେଶ ତିଆରି କରିବା ପାଇଁ ୭ ହଜାରରୁ ଅଧିକ କଉଡି ଓ ଶାମୂକା ବ୍ୟବହାର ହୋଇଛି। ଏହାକୁ ତିଆରି କରିବା ପାଇଁ ୪ ଘଣ୍ଟା ପାଖାପାଖି ସମୟ ଲାଗିଥିଲା।କୋଭିଡ ମହାମାରୀ ସମୟରେ ସାରାବିଶ୍ୱ ବାସୀଙ୍କୁ ଗଜାନନ ରକ୍ଷା କରିବା ସହ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେଉ ବୋଲି ବାଲୁକା କଳା ମାଧ୍ୟମରେ ସୁଦର୍ଶନ ପଟ୍ଟନାୟକ ପ୍ରଭୁ ଗଣେଶଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Leave a Reply

Your email address will not be published. Required fields are marked *