ସଞ୍ଜୀବ କୁମାର ମାଣ୍ଡୋଠିଆ ହେଲେ ପ୍ରଦେଶ କଂଗ୍ରେସ କମିଟି ଓବିସି ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ।

Advertisement

ଅନୁଗୋଳ : ସଞ୍ଜୀବ କୁମାର ମାଣ୍ଡୋଠିଆ ପ୍ରଦେଶ କଂଗ୍ରେସ କମିଟି ଓବିସି ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। କ୍ୟାପଟେନ ଅଜୟ ସିଂହ ଯାଦବ ଅଖିଳ ଭାରତୀୟ କଂଗ୍ରେସ କମିଟିର ଓବିସି ବିଭାଗର ଅଧ୍ୟକ୍ଷ, ଓଡ଼ିଶା କଂଗ୍ରେସ କମିଟିର ଓବିସି ବିଭାଗର ରାଜ୍ୟ କର୍ମକର୍ତ୍ତା ମନୋନୀତ କରିଛନ୍ତି।ଏହାକୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ଓବିସି ବିଭାଗର ସଭାପତି ବିଜୟାନନ୍ଦ ଚାଉଳିଆ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି। ଏଥିରେ ଅନୁଗୋଳ ଜିଲ୍ଲାର ଯୁବ ସଂଗଠକ ସଞ୍ଜୀବ କୁମାର ମାଣ୍ଡୋଠିଆ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ପୂର୍ବରୁ ସଞ୍ଜୀବ କୁମାର ମଣ୍ଡୋଠିଆ ଜିଲ୍ଲା ଛାତ୍ର କଂଗ୍ରେସର ଉପ-ସଭାପତି, ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ, ଜିଲ୍ଲା ଯୁବ ଶ୍ରମିକ କଂଗ୍ରେସ ଉପ-ସଭାପତି, ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ଜିଲ୍ଲା କଂଗ୍ରେସ କମିଟିର କୋଷାଧ୍ୟକ୍ଷ ଭାବେ ଦାୟିତ୍ଵ ସୁଚାର ରୂପେ ତୁଲାଇଛନ୍ତି। ସେ ଜଣେ ସାଲିସ୍ ବିହୀନ ଯୁବ ସଂଗଠକ ହିସାବରେ ଅନୁଗୋଳ ଜିଲ୍ଲାରେ ପରିଚିତ ଅଛନ୍ତି।

ସେପଟେ ସଞ୍ଜୀବ କୁମାର ମାଣ୍ଡୋଠିଆ ଓଡ଼ିଶା ପ୍ରଦେଶ କଂଗ୍ରେସ OBC ବିଭାଗ ସମ୍ପାଦକ ଭାବରେ ନିଯୁକ୍ତ ହେବା ପରେ  ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାଟିଆ ସାହି ଗ୍ରାମପଞ୍ଚାୟତ ଯୁବ କଂଗ୍ରେସ ତରଫରୁ ମାଟିଆ ସାହି କଂଗ୍ରେସ କାଯ୍ୟାଳୟ ଠାରେ ଆଠମଲ୍ଲିକ ର ଜଣାଶୁଣା ଯୁବନେତା ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ OBC ବିଭାଗ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟାନନ୍ଦ ଚାଉଳିଆ,ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ଜୟନ୍ତ କୁମାର ସାହୁ,ବରିଷ୍ଠ ଆଇନ ଜିବୀ ତଥା କଂଗ୍ରେସ ନେତା ଶ୍ରୀଯୁକ୍ତ ଧର୍ମେନ୍ଦ୍ର ନାଥ ମିଶ୍ର ,ଅନୁଗୋଳ ଜିଲ୍ଲା କଂଗ୍ରେସ OBC ବିଭାଗ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରବୋଧ ସ୍ୱାଇଁ ଙ୍କ ଉପସ୍ଥିତି ରେ ଆମ ମାଟିଆ ସାହି ଗ୍ରାମପଞ୍ଚାୟତ ଯୁବ କଂଗ୍ରେସ ର ସଦସ୍ୟ ମାନେ ପୁଷ୍ପ ଗୁଛ,ପୁଷ୍ପ ମାଳ ଓ ଉତ୍ତରୀୟ ଦେଇ ଅଭିନନ୍ଦନ ଜଣାଇଛନ୍ତି।

ଏହି ନୂତନ ଦାୟିତ୍ଵ ପାଇବା ପରେ ଅନୁଗୋଳ ସହରରେ ଉତ୍ସାହିତ ବାତାବରଣ ହେବା ସହ ସଞ୍ଜୀବ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ୍ଡଗେ, ରାହୁଲ ଗାନ୍ଧୀ , ଅଖିଳ ଭାରତୀୟ କଂଗ୍ରେସ କମିଟି ଓବିସି ବିଭାଗର ଅଧକ୍ଷ କ୍ୟାପଟେନ ଅଜୟ ସିଂହ ଯାଦବ, ରାଜ୍ୟ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ, ରାଜ୍ୟ କଂଗ୍ରେସ ଓବିସିର ସଭାପତି ବିଜୟାନନ୍ଦ ଚାଉଳିଆଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି।

Leave a Reply

Your email address will not be published. Required fields are marked *