ପୁଣି ମଞ୍ଚରେ ପ୍ରବଚନ ଦେଇପାରିବେ ବାବା ସାରଥୀ ଓରଫ ସନ୍ତୋଷ ରାଉଳ । ପ୍ରବଚନ ଦେବାକୁ ତାଙ୍କୁ ଅନୁମତି ଦେଲେ ଓଡ଼ିଶା ହାଇକୋର୍ଟ। କେବଳ ପ୍ରବଚନ ନୁହେଁ, ସତସଙ୍ଗ ବି କରିପାରିବେ ସାରଥୀ। ତେବେ ସତସଙ୍ଗ ବେଳେ କୋଭିଡ କଟକଣା ମାନିବା ବାଧ୍ୟତାମୂଳକ ହେବ । ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସତସଙ୍ଗ କାର୍ଯ୍ୟକ୍ରମ କରିପାରିବେ ସାରଥୀ । ଜେଲରୁ ବାହାରିବା ପରେ ସତସଙ୍ଗ ଓ ପ୍ରବଚନ ଉପରେ ଲାଗିଥିଲା ରୋକ୍ । ଏ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସାରଥୀ । ପ୍ରବଚନ ଦ୍ୱାରା ସେ ଗୁଜୁରାଣ ମେଣ୍ଟାଇ ଥାଆନ୍ତି, ତେଣୁ ପୁଣିଥରେ ପ୍ରବଚନ ପାଇଁ ଅନୁମତି ଲୋଡ଼ିଥିଲେ। ତେବେ ହାଇକୋର୍ଟ ଆଜି ଏ ମାମଲାରେ ଶୁଣାଣି କରି ପ୍ରବଚନ ଏବଂ ସତସଙ୍ଗ କରିବା ନେଇ ସାରଥୀଙ୍କୁ ଅନୁମତି ଦେଇଛନ୍ତି ଏବଂ ଏହା ଜୁଲାଇ ମାସରୁ ବଳବତ୍ତର ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।
ଜୁଲାଇ ମାସରୁ ପ୍ରବଚନ ମଞ୍ଚରେ ଶୁଭିବ ମାନ୍ୟବର ……..
