ନିଆରା ଢଙ୍ଗରେ ନୂଆ ବର୍ଷ ପାଳିଲେ ସାରିଥି ପରିବାର

ଅନୁଗୋଳ : ଅନୁଗୋଳ ସାରଥୀ ପରିବାର ପକ୍ଷରୁ ଆଜି ଏକ ଭିନ୍ନ ଢଙ୍ଗରେ ଇଂରାଜୀ ନୂଆ ବର୍ଷ ପାଳନ କରାଯାଇଛି। ଶତାଧିକ ସାରଥୀ ପରିବାର ସଦସ୍ୟ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଓ ମା ବୁଢ଼ୀ ଠାକୁରାଣୀ ମନ୍ଦିର ପରିସରରେ ଥିବା ଦୁଖୀ ରଙ୍କି ମାନଙ୍କୁ କମ୍ବଳ, ଲୁଗା ଓ ଖାଦ୍ୟ ବଣ୍ଟନ କରିଥିଲେ।

ସାରଥିଙ୍କ ବାଣୀ “ନାରାୟଣ ସେବା ଗରୀବର ସେବା” ଯେ ଦୁଖୀ ରଙ୍କିଙ୍କୁ ସହାୟତା ଓ ସେବା କଲେ ନାରାୟଣଙ୍କ ସେବା ସହ ସମାନ। ସେହି ବାଣୀକୁ ଆଧାର କରି ସଦସ୍ୟ ମାନେ ଏଭଳି ମହତ କାର୍ଯ୍ୟ କରିଥିଲେ। ନୂତନ ବର୍ଷରେ ମାତାଲ ହୋଇ ଅର୍ଥ ବିସର୍ଜନ କରିବା ଅପେକ୍ଷ ଗରିବ କଲ୍ୟାଣ କଲେ ଜୀବନ ସାର୍ଥକ ହୁଏ ବୋଲି ସେମାନେ ବିଶ୍ବାସ କରୁଥିବା କହିଥିଲେ।

Leave a Reply

Your email address will not be published. Required fields are marked *