ଅନୁଗୋଳ ସିଟିଜେନ ପକ୍ଷରୁ ଆୟୋଜିତ ହେବ ପ୍ରାଇଡ ଫର ପବିତ୍ର ମୋହନ ସର୍ବ ଭାରତୀୟ ଭଲିବଲ କପ 2024।



ଅନୁଗୋଳ : ଅନୁଗୋଳ ସିଟିଜେନ ପକ୍ଷରୁ (PRIDE FOR PABITRAMOHAN) ସର୍ବଭରତୀୟ ଭଲିବଲ କପ 2024 ଅନୁଷ୍ଠିତ ହେବ || ଦୁଇଦିନ ଧରି ଆସନ୍ତା ଫେବୃୟାରୀ 24 ଓ 25 ତାରିଖରେ ବାସନ୍ତୀ ଦୁର୍ଗାପୂଜା ପଡିଆ ଠାରେ ଏହି ଭଲିବଲ କପ ଅନୁଷ୍ଠିତ ହେବ || ପ୍ରଥମ ଦିନରେ ଅନୁଗୋଳ ଜିଲ୍ଲା ତଥା ରାଜ୍ୟରୁ 8 ଟି ଟିମ ଅଂଶ ଗ୍ରହଣ କରିବେ || ଦ୍ଵିତୀୟ ଦିନ ସର୍ବ ଭାରତୀୟ ସ୍ତରରୁ 4 ଟି ଟିମ ରାଇଗଡ଼, ବିଲାଶ ପୁର ରେଳବାଇ, ଆନ୍ଧ୍ରପ୍ରଦେଶ ଓ ଓଡିଶା ର RAISING CLUB ସାମିଲ ହେବେ || ପ୍ରଥମ ଦିନରେ ବିଜେତା ଙ୍କୁ ଟ୍ରଫି ସହ 12,001 ଟଙ୍କା ଓ ରନର୍ସ ଅପ ଙ୍କୁ 8,001ଟଙ୍କା ପ୍ରଦାନ କରାଯିବ || ଦ୍ଵିତୀୟ ଦିନରେ ବିଜେତା ଙ୍କୁ ଟ୍ରଫି ସହ 30,001 ଟଙ୍କା ଓ ରନର୍ସ ଅପ ଙ୍କୁ 25,001ଟଙ୍କା ପ୍ରଦାନ କରାଯିବ ||ଉଦଘାଟନି ଉତ୍ସବରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି |

| ଉଦଯାପନୀ ଦିବସରେ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ସହ ଢେଙ୍କାନାଳ ସାଂସଦ ମହେଶ ସାହୁ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ||ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଗୋଳ ସିଟିଜେନ ର ସଭାପତି ଦୀପକ ରାଉଳ, ଉପଦେଷ୍ଟା ମାନସ ରଞ୍ଜନ ମିଶ୍ର, ମୁଖ୍ୟ ଅତିଥି ଭାବେ ଅନୁଗୋଳ ପୌରପାଳିକା ନଗର ପାଳ ଅକ୍ଷୟ ସାମନ୍ତ, ମୁଖ୍ୟବକ୍ତା ଭାବେ ଆଇନଜୀବୀ ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ, ସମାଜସେବୀ ସୁନୀଲ ପ୍ରଧାନ ଉପସ୍ଥିତ ରହି ଅନୁଷ୍ଠାନ ର ଏକ ଜର୍ସି ଉନ୍ମୋଚନ କରିଥିଲେ | ଅତିଥି ମାନେ କହିଥିଲେ ସମସ୍ତଙ୍କ ସକ୍ରିୟ ସହଯୋଗ ହେଲେ ଏହି ଅନୁଷ୍ଠାନ ଆଗକୁ ବଢ଼ିପାରିବ

Leave a Reply

Your email address will not be published. Required fields are marked *