ସାତକୋଶିଆ ମହୋତ୍ସର ଦ୍ଵିତୀୟ ସନ୍ଧ୍ୟା, ଓଡ଼ିଶୀ ନୃତ୍ୟରେ ମୋହିଲା ଦର୍ଶକଙ୍କ ମନ।

ଅନୁଗୋଳ : ସ୍ଥାନୀୟ ସଭାଘର ଠାରେ ଆୟୋଜିତ ୧୧ଶ ସାତକୋଶିଆ ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟା କୁ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରିଥିଲେ ରାଜ୍ୟ ବିଧାନ ସଭା ର ପୂର୍ବତନ ଉପବାଚସ୍ପତି ତଥା ଅନୁଗୋଳ  ବିଧାୟକ ରଜନୀକାନ୍ତ ସିଂହ।ନୃତ୍ୟ ନିଳୟ ସାତକୋଶିଆ ମହୋତ୍ସବ ମାଧ୍ୟମରେ ଓଡ଼ିଶୀ ନୃତ୍ୟ ର ଯେଭଳି ପ୍ରଚାର ପ୍ରସାର କରୁଛି ତାହାର ଉଚ୍ଚ ପ୍ରଶଂସା କରିଥିଲେ ମୁଖ୍ୟାତିଥି ଶ୍ରୀ ସିଂହ ।ସମ୍ମାନିତ ଅତିଥି ରୂପେ ଅନୁଗୁଳ ସ୍ଵୟଶାସିତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ଓଡ଼ିଶୀ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତ ଆମ ଅସ୍ମିତା ର ପରିଚୟ ବୋଲି ପ୍ରକାଶ କରିଥିଲେ।ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ନୃତ୍ୟନୀଳୟ ର ସମ୍ପାଦିକା ସ୍ବପ୍ନାରାଣୀ ସିହ୍ନା,ଗୁରୁ ଅନିତା ସିଂହ ଦେଓ ପ୍ରମୁଖ ଯୋଗ ଦେଇଥିଲେ।

ଅନୁଷ୍ଠାନ ର ଉପଦେଷ୍ଟା ହେମନ୍ତ କୁମାର ଦାଶ ସାତକୋଶିଆ ମହୋତ୍ସବ ର ସଫଳ ରୂପାୟନ ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଅଭିଭାବକ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।ସମାରୋହରେ ଭୁବନେଶ୍ୱର ସୁରଭି ଅନୁଷ୍ଠାନର ଓଡ଼ିଶୀ ନୃତ୍ୟାଙ୍ଗନା ଦିବ୍ୟାଶ୍ରୀ ପଣ୍ଡା ଙ୍କୁ ସାତକୋଶିଆ ସମ୍ମାନ ପ୍ରଦାନ କରିବା ସହ ପ୍ରଜ୍ଞା ନୃତ୍ୟାୟନ୍ ଅନୁଷ୍ଠାନ ର ସ୍ଵାତୀ ଲିପ୍ସା ଦାସ ଓ ସ୍ଵାତୀ ପ୍ରଜ୍ଞା ଜେନାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଶେଷରେ ଦିବ୍ୟାଶ୍ରୀ ପଣ୍ଡା,ସ୍ଵାତୀ ଲିପ୍ସା ଦାସ ଓ ସ୍ଵାତୀ ପ୍ରଜ୍ଞା ଜେନା ଙ୍କ ଦ୍ଵାରା ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ ଏବଂ ନୃତ୍ୟ ନିଳୟ ପକ୍ଷରୁ ଓଡ଼ିଶୀ ନୃତ୍ୟ ନାଟିକା ପ୍ରଦର୍ଶିତ ହୋଇଥିଲା।ଅଖିଳ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *