ମିଳିଲା ପଦଉର୍ଣ୍ଣତି, ସତ୍ୟପ୍ରକାଶ ତ୍ରିପାଠୀ ହେଲେ ନିର୍ବାହୀ ଅଧିକାରୀ

ଅନୁଗୋଳ: ଅନୁଗୋଳ ପୌରପାଲିକାର ପୂର୍ବତନ ଗୋଷ୍ଠି ସଂଗଠକ ସତ୍ୟପ୍ରକାଶ ତ୍ରିପାଠୀ ଙ୍କୁ ମିଳିଛି ପଦଉର୍ଣ୍ଣତି । ସତ୍ୟ ପ୍ରକାଶ ଭଦ୍ରକ ଜିଲା ଚାନ୍ଦବାଲି NAC ର ନିର୍ବାହି ଅଧିକାରୀ ଭାବେ କାର୍ଯ୍ୟ କରିବେ। ଏନେଇ  ଓଡ଼ିଶା ଗୃହ ଓ ନଗର ଉର୍ଣ୍ଣୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଭଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ସତ୍ୟ ପ୍ରକାଶ ନିଜର କାର୍ଯ୍ୟ କୁ ସୁଚାର ରୂପେ ସଂପାଦନା କରିଥିବାରୁ ତାଙ୍କୁ ଏହି ପଦଉର୍ଣ୍ଣତି ମିଳିଛି।

Advertisement

ସତ୍ୟପ୍ରକାଶ ଏବେ କଟକ ମହାନଗର ନିଗମ ର ଗୋଷ୍ଠୀ ସଂଗଠକ ଭାବେ କାର୍ଯ୍ୟ କରୁଛନ୍ତି। ଅନୁଗୋଳ ରେ ଥିବା ବେଳେ ବିଭିନ୍ନ ସରକାରୀ ଯୋଜନା କୁ ଲୋକଙ୍କ ପାଖରେ ପହଞ୍ଚିବା ଦିଗରେ ସେ ବେଶ ଭଲ କାମ କରିଥିଲେ। ଏଠାରୁ ତାଙ୍କୁ କଟକ ମହାନଗର ନିଗମକୁ ବଦଳି କରାଯାଇଥିଲା। ପଦଉର୍ଣ୍ଣତି ମିଳିବା ପରେ ସେ ଚାନ୍ଦବାଲି NAC ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ ରେ ଯୋଗ ଦେବେ ।

Leave a Reply

Your email address will not be published. Required fields are marked *