ଭିନ୍ନକ୍ଷମ ସତ୍ୟବ୍ରତ: ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ପାଇଲେ ସଫଳତା

ଅନୁଗୋଳ: ପ୍ରକାଶ ପାଇଛି ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ । ଯେଉଁଥିରେ ଅନୁଗୋଳ ଜିଲ୍ଲାର ସତ୍ୟବ୍ରତ ମହାପାତ୍ର ୨୭୯ ରାଙ୍କରେ ରହିଛନ୍ତି । ସତ୍ୟବ୍ରତ ଏହି ସଫଳତା ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଛି ।

ସତ୍ୟବ୍ରତଙ୍କ ବାପା ଶ୍ରୀକାନ୍ତ ମହାପାତ୍ର ଢେଙ୍କାନାଳ ରୁ ଆସି ଦୀର୍ଘ ବର୍ଷ ହେବ ଅନୁଗୋଳ ରେ ରହି ଆସୁଛନ୍ତି । ବାପା ଶ୍ରୀକାନ୍ତ ଓ ମା ସୁମିତ୍ରା ସବୁବେଳେ ପୁଅ କିଭଳି ଭଲ ପାଠ ପଢିବ ଆଉ ସେମାନଙ୍କ ନାଁ ରଖିବ ସେନେଇ ସବୁବେଳେ ଯତ୍ନ ବନଥିଲେ । ଆଉ ଏବେ ତାଙ୍କ ସାନ ପୁଅ ସତ୍ୟବ୍ରତର ସଫଳତା ପରେ ଉଭୟ ବେଶ ଖୁସି ଅଛନ୍ତି ।

ସତ୍ୟବ୍ରତଙ୍କ ହାତରେ ପିଲା ବେଳେ ଗରମ ତେଲ ପଡିବାରୁ ସେ ତାଙ୍କ ଡାହାଣ ହାତ ପାପୁଲି ହରାଇଥିଲେ । ତେଣୁ ବାମ ହାତରେ ସେ ସବୁ କାମ କରନ୍ତି । ସତ୍ୟବ୍ରତ ପ୍ରତ୍ୟେକ ଦିନ ୬ ରୁ ୮ ଘଣ୍ଟା ପରିଶ୍ରମ କରୁଥିଲେ । ଯାହାପାୟନ ତାଙ୍କୁ ଆଜି ଏହି ସଫଳତା ମିଳିଛି ।

Leave a Reply

Your email address will not be published. Required fields are marked *