ପ୍ରବଳ ବର୍ଷା ଯୋଗୁ ବାରଟି ଜିଲ୍ଲାର ବିଦ୍ୟାଳୟଗୁଡ଼ିକ ଦୁଇ ଦିନ ବନ୍ଦ ।

ଭୁବନେଶ୍ବର: ଏସ ଆର ସିଙ୍କ ଦ୍ୱାରା ଚି଼ହ୍ନଟ ରାଜ୍ୟର ରେଡ ୱାର୍ଣ୍ଣିଙ୍ଗ ଥିବା ବାରଟି ଜିଲ୍ଲାରେ ଥିବା ବିଦ୍ୟାଳୟଗୁଡ଼ିକ ଆଜି ଏବଂ ଆସନ୍ତା କାଲି ପାଇଁ ବନ୍ଦ ଘୋଷଣା କରାଯାଇଛି। ପାଣିପାଗ ବିଭାଗର ଆକଳନ ଅନୁସାରେ , ସ୍ଵତନ୍ତ୍ର ରିଲିଫ୍ କମିଶନର ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହ ଆଲୋଚନା ଉପରାନ୍ତେ ରେଡ ୱାର୍ଣିଙ୍ଗ ଜାରି ହୋଇଥିବା ବାରଟି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ହେତୁ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ନୟାଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼ ଜିଲ୍ଲାରେ ଅବସ୍ଥିତ ସମସ୍ତ ବିଦ୍ୟାଳୟକୁ ତେର ଏଵଂ ଚଉଦ ତାରିଖ ଦୁଇ ଦିନ ବନ୍ଦ ରଖିବାକୁ ସରକାର ସ୍ଥିର କରିଛନ୍ତି। ପ୍ରବଳ ବର୍ଷା ଯୋଗୁ ଏହି ସବୁ ଅଞ୍ଚଳରେ ସ୍କୁଲ ବନ୍ଦ କରାଯିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *