ଭୁବନେଶ୍ୱର : ଅନୁଗୋଳ ସହର ଅମଲାପଡ଼ାସ୍ଥିତ SCIENCE STUDY CENTRE ର ଉଦ୍ୟୋକ୍ତା Sj. Malay Kumar Dash ଙ୍କ ସଭାପତିତ୍ବରେ ସ୍ଥାନୀୟ ହୋଟେଲ୍ ଲା ଭିନ୍ପାମ୍ ରିସୋର୍ଟରେ 2024 ଏବଂ 2025 ବ୍ୟାଚ ଯୁକ୍ତ 2 ବିଜ୍ଞାନ ପରୀକ୍ଷାରେ 85% ରୁ ଉର୍ଦ୍ଧ୍ବ ନମ୍ବର ରଖୁ କୃତିତ୍ତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହିତ ପୁରସ୍କାର ରାଶି ଦ୍ବାରା ସମ୍ବର୍ଦ୍ଧନା କରାଯାଇଅଛି ।
2025 ମସିହାର ଯୁକ୍ତ 2 ବିଜ୍ଞାନ ପରୀକ୍ଷାରେ ଅନୁଷ୍ଠାନର ଛାତ୍ର Gouri Shankar Nanda 575 ନମ୍ବର ରଖୁ ରାଜ୍ୟରେ ନବମ ଏବଂ ଜିଲ୍ଲାରେ ପ୍ରଥମ ସ୍ଥାନ ସହିତ ସର୍ବଭାରତୀୟ JEE (Adv.) ପରୀକ୍ଷାରେ ମଧ୍ୟ ସଫଳତା ଅର୍ଜନ କରିଛନ୍ତି । ଏତଦ୍ ବ୍ୟତୀତ 90% ରୁ ଉର୍ଦ୍ଧ୍ବ ଛାତ୍ର Abinash Mishra (545) ଏବଂ Amlan Asutosh Senapati (540) ନମ୍ବର ରଖ୍ କୃତିତ୍ତ୍ୱ ହାସଲ କରିଛନ୍ତି ।

2024 ମସିହା ଯୁକ୍ତ 2 ବିଜ୍ଞାନ ପରୀକ୍ଷାରେ ମଧ୍ୟ ଅନୁଷ୍ଠାନର ଛାତ୍ରୀ Helin Swain (537), Pradyumna Kumar Pradhan (528) ଓ Debiprasad Gaan (521) ନମ୍ବର ରଖୁ ଅନୁଗୋଳ College ରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏଠାରେ ସୂଚନାଯୋଗ୍ୟ ବିଗତ 2023 ଯୁକ୍ତ 2 ବିଜ୍ଞାନ ପରୀକ୍ଷାରେ ଛାତ୍ରୀ Swati Sagarika Acharya (571) ନମ୍ବର ରଖୁ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଅନୁଷ୍ଠାନର ଗୌରବ ଆଣିଥିଲେ ।ଏହି ସମ୍ବର୍ଦ୍ଧନା ସଭାରେ ଅନୁଷ୍ଠାନର ଯୁକ୍ତ 2 ଦ୍ବିତୀୟ ବର୍ଷର ଛାତ୍ର ବିଷ୍ଣୁ ପ୍ରସାଦ ଚଇନି ମଞ୍ଚ ପରିଚାଳନା କରିଥିଲେ । ଏଥିରେ ଅଧ୍ୟାପକ ଏବଂ ଅଭିଭାବକମାନେ ସେମାନଙ୍କ ଅଭିଭାଷଣ ରଖୁଥିଲେ ।


ଏହି ଅବସର ରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସେମାନଙ୍କର ଅନୁଭୁତି ବର୍ଣ୍ଣନା କରିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅନୁଷ୍ଠାନର କ୍ରମାଗତ ସଫଳତା ପଛରେ ଅଧ୍ୟାପକ ଏବଂ କର୍ମକର୍ତ୍ତାଙ୍କ ନିରନ୍ତର ପ୍ରଚେଷ୍ଟା, ଅଭିଭାବକ ମାନଙ୍କର ବିଶ୍ବାସ ଏବଂ ସହଭାଗିତା ପାଇଁ ଅନୁଷ୍ଠାନର ମୁଖ୍ୟ Sj. Malay Kumar Dash ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଏହିପରି ସଫଳତା ବଜାୟ ରଖିବା ପାଇଁ ପ୍ରଚେଷ୍ଟା ଜାରି ରହିବ ବୋଲି ବକ୍ତବ୍ୟ ରଖୁଥିଲେ ।