ଜାତୀୟ ପ୍ରଶିକ୍ଷଣ ଶିବିରରେ ରୋଟାରୀ ପବ୍ଲିକ ସ୍କୁଲର ସ୍କାଉଟ୍ ମାଷ୍ଟର ଦୁଷ୍ୟନ୍ତ କୁମାର ନାଥ। 

ଅନୁଗୋଳ : ଚଳିତ ମାସ  ୧୫ ତାରିଖ ଠାରୁ ୨୧ ତାରିଖ  ପର୍ଯ୍ୟନ୍ତ ଭାରତ ସ୍କାଉଟ୍ ଓ ଗାଇଡ୍ ଦ୍ବାରା ହିମାଳୟ ଉଡ୍ ବ୍ୟାଚ ଜାତୀୟ ପ୍ରଶିକ୍ଷଣ ଶିବିର ମଧ୍ୟ ପ୍ରଦେଶର ପଞ୍ଚମରୀ ଠାରେ ଅନୁଷ୍ଠିତ ହୋଇଯାଇଥିଲା ,ଉକ୍ତ ପ୍ରଶିକ୍ଷଣ ଶିବିରରେ ସର୍ବ ଭାରତୀୟ ସ୍ତରରୁ ୮୦ ଜଣ ସ୍କାଉଟ୍ ମାଷ୍ଟର ଅଂଶ ଗ୍ରହଣ କରିଥିଲେ, ଓଡ଼ିଶା ରୁ ୭ ଜଣ ସ୍କାଉଟ୍ ମାଷ୍ଟର ଅଂଶଗ୍ରହଣ କରୁଥିବା ବେଳେ ଅନୁଗୋଳ ଜିଲ୍ଲାର ରୋଟାରୀ ପବ୍ଲିକ ସ୍କୁଲ ର ସ୍କାଉଟ୍ ମାଷ୍ଟର ଦୁଷ୍ୟନ୍ତ କୁମାର ନାଥ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ସୁସ୍ମୀତା ସାହୁ, ଜିଲ୍ଲା କ୍ରୀଡ଼ା ଶିକ୍ଷା ଅଧିକାରୀ ଭିକାରୀ ବନ୍ଧୁ ସାହୁ, ଜିଲ୍ଲା ବିଜ୍ଞାନ ପ୍ରଯବେକ୍ଷକ ଅମ୍ବୁଜ କୁମାର ଗଡ଼ନାୟକ, ରୋଟାରୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଅଶୋକ କୁମାର ବେହେରା, ସ୍କାଉଟ୍ ମାଷ୍ଟର ଦୁଷ୍ୟନ୍ତ କୁମାର ନାଥ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଁ ଅଛନ୍ତି।

Advertisement

Leave a Reply

Your email address will not be published. Required fields are marked *