ଘୋଷଯାତ୍ରା ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି । ନିୟୋଜିତ ହେବେ ୬୫ ପ୍ଲାଟୁନ ଫୋର୍ସ, ୧୨ ଜୋନରେ ବିଭକ୍ତ ହେବ ସହର ।

ପୁରୀ: ଆଜି ଶ୍ରୀମନ୍ଦିରରେ ତିନିଠାକୁରଙ୍କ ଉଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗତକାଲି ଭଳି ଆଜି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ୩ ଠାକୁରଙ୍କ ଶୃଂଗାର କରାଯାଇଥିଲା। ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତୀ ହୋଇଥିଲା। ରଥଯାତ୍ରା ପାଇଁ ଆଜି ବଡ଼ଦାଣ୍ଡକୁ ପୁଲିସ ଛାଉଣୀରେ ପରିଣତ କରାଯାଇଛି। ସଂଧ୍ୟାରେ ପୁଲିସ ଫ୍ଲାଗ୍‌ ମାର୍ଚ୍ଚ କରିଛି। ବଡ଼ଦାଣ୍ଡ ଭଳି ପୁରୀ ସହରକୁ ମଧ୍ୟ ପୁଲିସ କର୍ଡନ ମଧ୍ୟରେ ରଖାଯାଇଛି। ବାହାର ଲୋକଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ଆଇନଶୃଙ୍ଖଳା ରକ୍ଷା ପାଇଁ ମଧ୍ୟ ପୁଲିସ ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି।

Advertisement

ରଥଯାତ୍ରା ପାଇଁ ପୁରୀରେ ଏଥର ୮୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ। ଏଥିସହ ୪୦୦ ପୁଲିସ ଅଧିକାରୀ ଉପସ୍ଥିତ ରହିବେ। ସହରକୁ ସଂଯୋଗ ୮ଟି ସ୍ଥାନରେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଯାଞ୍ଚ କରାଯାଉଛି। ସହରର ମୁଖ୍ୟ ୩ଟି ପ୍ରବେଶ ପଥ ମଙ୍ଗଳାଘାଟଛକ, ବାଟଗାଁ ଛକ ଓ ଭୂଦାନ ଛକକୁ ସିଲ୍‌ କରାଯାଇଛି। ବାହାରୁ କୌଣସି ଗାଡ଼ି କିମ୍ବା ଜନସାଧାରଣଙ୍କୁ ପୁରୀ ଭିତରକୁ ପ୍ରବେଶ ଅନୁମତି ମିଳୁନି। ଆଜି ସବୁ ହୋଟେଲ୍‌କୁ ଖାଲି କରାଯାଇଛି। ବଡ଼ଦାଣ୍ଡ ପୁଲିସ ଛାଉଣୀରେ ପରିଣତ ହୋଇଛି।

ରଥ ନିର୍ମାଣର ଅଧିକ ଫୋଟୋ ଦେଖନ୍ତୁ:-

Leave a Reply

Your email address will not be published. Required fields are marked *