ଅନୁଗୋଳ ଗ୍ରସ୍ତ ରେ ଭି କେ ପାଣ୍ଡିୟାନ,ଶୁଣିଲେ ଲୋକଙ୍କ ଅଭିଯୋଗ।

ଅନୁଗୋଳ : ଦୁଇ ଦିନିଆ ଜିଲା ଗସ୍ତରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ।୫ଟି ସଚିବ ଭି.କେ.ପାଣ୍ଡିଆନ ଆଜି ସକାଳ ପ୍ରାୟ ୧୦ଟା ସମୟରେ ତାଳଚେର ମା ହିଙ୍ଗୁଳା ମନ୍ଦିର ଠାରେ ପହଞ୍ଚି ପୂଜାର୍ଚନା କରିଥିଲେ। ଏହାପରେ ମନ୍ଦିରର ଡାଇଗ୍ରାମ ଦେଖିଥିଲେ। ଟ୍ରଷ୍ଟ ବୋର୍ଡର କର୍ମକର୍ତା ମାନଙ୍କ ସହ ଆଲୋଚନା କରିଥିଲେ। ସେଠାରେ ସେ ୩ଟି ପର୍ଯ୍ୟାୟରେ ମନ୍ଦିରର ଉନ୍ନତି କାରଣ କରିବାକୁ ପ୍ରତିଶୃତି ଦେଇଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଏଠାକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ସୁବିଧା ପାଇ ଯାହା ଆବଶ୍ୟକ କରାଯିବ ବୋଲି କହିଥିଲେ। ଗଞ୍ଜାମରେ ଯେମିତି ତାରାତାରିଣୀ ମନ୍ଦିରକୁ ମୁଖ୍ୟମନ୍ତ୍ରୀ ସୁନ୍ଦର କରିଛନ୍ତି ତାଠାରୁ ଆହୁରି ଅଧିକ ସୁନ୍ଦର ହିଙ୍ଗୁଳା ମନ୍ଦିର କରାଯିବ ବୋଲି କହିଥିଲେ। ଏହାପରେ ତାଳଚେର କଲେଜ ପଡ଼ିଆରେ ଛାତ୍ରଛାତ୍ରୀ ଓ ମହିଳା ଗୋଷ୍ଠୀର ସଦସ୍ୟ ମାନଙ୍କ ସହ ମିଶିଥିଲେ। ସେମାନଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଆସନ୍ତା ୭ଦିନ ମଧ୍ୟରେ ସମସ୍ତଙ୍କର ଅଭିଯୋଗ ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ। ସେଠାରୁ ସେ ଛେଣ୍ଡିପଦା ଯାଇ ପାତ୍ରପଡା ଠାରେ ଥିବା ବାୟାଣୀ ପୀଠ ପରିଦର୍ଶନ କରିଥିଲେ। ବାୟାଣୀ ପୀଠର ସର୍ବାଙ୍ଗୀନ ଉନ୍ନତି ପାଇଁ ଖୁବ କମ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ବୋଲି ଲୋକଙ୍କୁ କହିଥିଲେ। ସେଠାରୁ ଯାଇ ଛେଣ୍ଡିପଦା ଠାରେ ଏକ ସାଧାରଣ ସଭା କରିଥିଲେ। ସଭାରେ ହଜାର ହଜାର ସଂଖ୍ୟାରେ ମହିଳା ଗୋଷ୍ଠୀ ସଦସ୍ୟା ମାନେ ଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ଯାହା ସବୁ ଯୋଜନା କରିଛନ୍ତି ସେନେଇ ମହିଳା ମାନଙ୍କୁ କହିବା ସହ ସେମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ। ତେବେ ଦୀର୍ଘ ଦିନ ହେଲା ଛେଣ୍ଡିପଦା ସ୍ୱାସ୍ଥ୍ୟ କେନ୍ଦ୍ରକୁ ମୋ ହସ୍ପିଟାଲ ଯୋଜନାରେ ସାମିଲ କରିବା ପାଇଁ ଦାବି ହୋଇ ଆସୁଥିଲା। ଏଥିପାଇଁ ବହୁ ଆନ୍ଦୋଳନ ହୋଇଛି। ଭି.କେ.ପାଣ୍ଡିଆନ ସେଠାରେ ଏହି ଦାବି ଶୁଣିବା ମାତ୍ରେ ଭିଡିଓ କଳିଙ୍ଗ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କୁ କହିଥିଲେ ଖୁବ କମ ଦିନରେ ସେହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ମୋ ହସ୍ପିଟାଲ ଯୋଜନାରେ ସାମିଲ କରାଯିବ। ଏହାପରେ ଲୋକେ ଖୁସି ହୋଇ ଯାଇଥିଲେ।

ଲୋକେ କେବେ ବିଶ୍ୱାସ କରି ନଥିଲେ ଯେ ମୁଖ୍ୟମନ୍ତ୍ରୀ ଭିଡିଓ କାଲିଙ୍ଗରେ ଲୋକଙ୍କ ସହ କଥା ହେବେ ବୋଲି। ୫ଟି ସଚିବ ଏହା କରିଥିବାରୁ ଲୋକେ ତାଙ୍କୁ କୃତଜ୍ଞତା ଜଣାଇ ଥିଲେ।-ଅପରାହ୍ନରେ ଅନୁଗୋଳ ଠାରେ ପ୍ରଥମେ କଲେଜ ଛାତ୍ରଛାତ୍ରୀ ମାନଙ୍କ ସହ ବର୍ତ୍ତାଳାପ କରିଥିଲେ। ସ୍କୁଲ ଗୁଡିକୁ ଯେପରି ୫ଟି ରେ ଅନ୍ତରଭୁକ୍ତ କରାଯାଇଛି କଲେଜ ଗୁଡିକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ଯାଉଛନ୍ତି ସରକାର। ଏହାଦ୍ୱାରା ପାଠ ପଢିବା ଆହୁରି ସହଜ ହୋଇ ପାରିବ। ଛାତ୍ରଛାତ୍ରୀ ମାନଙ୍କୁ ସେ ବହୁ ମୂଲ୍ୟବାନ ଉପଦେଶ ଦେଇଥିଲେ। ବିଭିନ୍ନ ଉଦାହରଣ ଦେଇ ଜୀବନରେ ଆଗକୁ ବଢ଼ିବା ଓ ସଫଳତା ପାଇବା ପାଇଁ ପରାମର୍ଶ ଦେଇଥିଲେ। ମହିଳା ଗୋଷ୍ଠୀର ସଦସ୍ୟା ମାନଙ୍କ ସହ ସିଧା ସଳଖ ମିଶି କଥାବାର୍ତା ହୋଇଥିଲେ। ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳା ମାନଙ୍କ ଉନ୍ନତି କଥା ଚିନ୍ତା କରୁଛନ୍ତି। ମହିଳା ମାନେ ଆଗ ଭଳି ଆଉ ଘର ଚାରି କାନ୍ତ ଭିତରେ ନରହି ବାହାରକୁ ବହାରନ୍ତୁ ଏବଂ ସ୍ୱାବଲମ୍ବୀ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କ ଇଛା। ତେଣୁ ମହିଳା ଗୋଷ୍ଠୀର ପ୍ରତ୍ୟକ ମହିଳାଙ୍କୁ ଏବେ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା କରିଛନ୍ତି।

ଏହେଛଡ଼ା ବ୍ୟାଙ୍କ ସାଥି, ଏମ୍ବିକେ ଓ ଅନ୍ୟ ମାନଙ୍କୁ ଲାପଟପ, ସ୍ମାର୍ଟ ଫୋନ ଓ ଅନ୍ୟ ଆବଶ୍ୟକତା ପାଇଁ ଅର୍ଥ ମଞ୍ଜୁରୀ କରିଛନ୍ତି। ବର୍ତମାନ ସୁଧା ରାଜ୍ୟରେ ମହିଳା ମାନଙ୍କୁ ୧୧ହଜାର କୋଟି ଟଙ୍କା ଋଣ ଦିଆ ସରିଛି। ଏବେ ମିଶନ ଶକ୍ତି ବ୍ଲକ ଫେଡରେସନରେ ଗୋଟିଏ ଲେଖାଏଁ ଗାଡିର ବ୍ୟବସ୍ଥା କରାଯିବ। ମହିଳା ମାନଙ୍କୁ ସ୍କୁଟି ଦିଆଯିବ। ତେଣୁ ମହିଳା ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସବୁ ସୁବିଧା ଯୋଗାଇ ଦେଉଛନ୍ତି। ମହିଳା ମାନେ ଆହୁରି ଅଧିକ କାମ କରି ରୋଜଗାର କରି ପାରିଲେ ସେମାନଙ୍କ ଉନ୍ନତି ହେବା ସହ ରାଜ୍ୟ ଆଗକୁ ବଢିବ ବୋଲି ଭି.କେ.ପାଣ୍ଡିଆନ କହିଥିଲେ।ଭି.କେ.ପଣ୍ଡିଆନଙ୍କ ପ୍ରତ୍ୟକ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ମହିଳା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସବୁ ଜାଗାରେ ତାଙ୍କୁ ବିପୁଳ ସ୍ୱାଗତ କରାଯିବା ସହ ବହୁ ସଂଖ୍ୟାରେ ଅଭିଯୋଗ ଶୁଣାଇ ଥିଲେ। ବର୍ତ୍ତାଳାପ କରିବା ସହ ବିଭିନ୍ନ ସ୍ଥାନ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ତାଙ୍କୁ ସବୁ ସ୍ଥାନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରୁଛନ୍ତି ଛାତ୍ରଛାତ୍ରୀ ଓ ମହିଳା ଗୋଷ୍ଠି।

Leave a Reply

Your email address will not be published. Required fields are marked *