ଅନୁଗୋଳ: ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗକୁ ପୁଣି ଏକ ବଡ଼ ସଫଳତା ମିଳିଛି । ଆଜି ନାଲକୋନଗର ଥାନା ଅଞ୍ଚଳ କାଣ୍ଡସର ଠାରୁ ୨୫୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲା ଗିରାଙ୍ଗ ଗାଁର ସନ୍ତୋଷ ସାହୁ @ ନିଲୁ । ସୂଚନା ଅନୁସାରେ ଗତକାଲି ସେହି କାଣ୍ଡସର ଗାଁରୁ ସନ୍ତୋଷ ସାହୁ@ ସନ୍ତୁ ନାମକ ଜଣେ ଯୁବକ ନିକଟରୁ ୧୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା ଅବକାରୀ । ତାକୁ ପଚରାଉଚରା ବେଳେ ସେ ନିଲୁ ଠାରୁ ବ୍ରାଉନସୁଗାର ଆଣିଥିବା ସ୍ୱୀକାର କରିଥିଲା । ତେବେ ନିଲୁକୁ ଅନେକ ଦିନ ହେଲା ନଜରରେ ରଖିଥିବା ଅବକାରୀ ବିଭାଗ ଆଜି ନିଲୁ ବ୍ରାଉନସୁଗାର ବିକ୍ରି କରିବାକୁ ଯାଉଥିବା ବେଳେ ଅବକାରୀ ବିଭାଗ ର କର୍ମଚାରୀ ମାନେ ତାକୁ ମାଡି ବାସିଥିଲେ । ଆଉ ଯାଞ୍ଚ ବେଳେ ତା ନିକଟରୁ ୨୫୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୬ ଲକ୍ଷ ହେବ ବୋଲି ଜିଲା ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ ସୂଚନା ଦେଇଛନ୍ତି ।
୨୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବଦ ଜଣେ ଗିରଫ ।
