ଯାଜପୁର: ଯାଜପୁର ବଡ଼ସୁଆର ମଙ୍ଗଳା ଘାଟରେ ଖରସ୍ରୋତା ନଦୀରେ ଅଘଟଣ । ହୋଲି ଖେଳିବା ପରେ ଗାଧୋଇବା ବେଳେ ନଦୀରେ ଭାସିଯାଇ ୬ ନିଖୋଜ । ୬ ନିଖୋଜ ଯୁବକଙ୍କୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଦ୍ୱାରା ଖୋଜାଖୋଜି ଜାରି ରହିଛି। ସୂଚନାଅନୂସାରେ ଆଜି ଯାଜପୁରରେ ଖୋଲି ଖେଳଥିଲା। ଏଣୁ ହୋଲି ଖେଳି ସାରି ଗାଧୋଇବା ପାଇଁ ଏହି 7 ଜଣ ଯୁବକ ଆସିଥିଲେ। ବଡ଼ସୁଆର ନିକଟ ମଙ୍ଗଳାଘାଟରେ ଗାଧୋଇବା ସମୟରେ ଭାସିଯାଇଥିବା ଜଣାପଡିଛି।
ତେବେ ସନ୍ଧ୍ୟା ସୁଦ୍ଧା ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୪ ଜଣ ନିଖୋଜ ହୋଇଯାଇଛନ୍ତି। ସମସ୍ତଙ୍କର ବୟସ ୧୫ରୁ ୨୧ ବର୍ଷ ବୟସ ମଧ୍ୟରେ ହେବ। ଅନୁସାରେ ବଡ଼ସୁଆଁର ଗାଁରେ ଆଜି ହୋଲି ଉତ୍ସବ ପାଳନ ହୋଇଥିଲା। ଅପରାହ୍ନ ପ୍ରାୟ ୨ଟାରେ ୭ ଜଣ ପିଲା ଗାଁ ନିକଟ ଦେଇ ପ୍ରବାହିତ ଖରସ୍ରୋତା ନଦୀରେ ଗାଧୋଇବାକୁ ଯାଇଥିଲେ। ଜଳର ସ୍ରୋତ ପ୍ରଖର ଥିବାରୁ ସମସ୍ତେ ଭାସିଯାଇଥିଲେ। ସୂଚନା ପାଇଁ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଛିଛି। ଉଦ୍ଧାର କାର୍ଯ୍ୟ ଜାରି ଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ 3 ଜଣଙ୍କର ମୃତ୍ୟୁ ହୋଇସାରିଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଗୁରୁତର ବ୍ୟକ୍ତିଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ୪ ଜଣଙ୍କର କୌଣସି ଖବର ମିଳିପାରି ନାହିଁ।