ନୂତନ ଡିଜିଟାଲ ନିୟମ ଲାଗୁ ନେଇ ଉତ୍ତର ଦେବାକୁ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଚିଠି ଲେଖିଲା କେନ୍ଦ୍ର..

ନୂଆଦିଲ୍ଲୀ: ଆଜିଠାରୁ ଲାଗୁ ହୋଇଛି ନୂତନ ଡିଜିଟାଲ ନିୟମ | ଏନେଇ ସରକାର ଆଜି ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଚିଠି ଲେଖିଛନ୍ତି | ଚିଠିରେ ଆଜିଠାରୁ କାର୍ଯ୍ୟକାରୀ ହୋଇଥିବା ନୂତନ ଡିଜିଟାଲ ନିୟମ ମାନିଛନ୍ତି କି ନାହିଁ ବୋଲି ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ପ୍ରଶ୍ନ କରିବା ସହ ଯେତେଶୀଘ୍ର ସମ୍ଭବ ପ୍ରତିକ୍ରିୟା ଦେବାକୁ କହିଛନ୍ତି | ଫେସବୁକ୍, ହ୍ୱାଟ୍ସଆପ୍ ଏବଂ ଟ୍ୱିଟର ପରି ପ୍ଲାଟଫର୍ମକୁ ନୂତନ ନିୟମ ମାନିବାକୁ ତିନି ମାସ ସମୟ ଦିଆଯାଇଥିଲା |

ନୂତନ ନିୟମରେ ସେମାନଙ୍କୁ ଭାରତରେ ଜଣେ ଅନୁପାଳନ ଅଧିକାରୀ ନିଯୁକ୍ତ କରିବାକୁ କୁହାଯାଇଥିବା ବେଳେ ଅଭିଯୋଗର ପ୍ରତିକ୍ରିୟା ପ୍ରଣାଳୀ ସ୍ଥାପନ କରିବାକୁ ଏବଂ ଆଇନଗତ ଆଦେଶର ୩୬ ଘଣ୍ଟା ମଧ୍ୟରେ ବିଷୟବସ୍ତୁକୁ ହଟାଇବାକୁ କୁହାଯାଇଛି। ତେବେ ଆଜି ନୂଆ ନିୟମ ଲାଗୁ କରାଯାଇଥିବା ବେଳେ ଏହାକୁ ପାଳନ କରାଯାଉଛି କି ନାହିଁ ସେ ନେଇ ଚିଠି ଲେଖି ଉତ୍ତର ମାଗିଛନ୍ତି କେନ୍ଦ୍ର ସରକାର |କମ୍ପାନିଗୁଡିକୁ ମୁଖ୍ୟ ଅନୁପାଳନ ଅଧିକାରୀ, ଜଣେ ନୋଡାଲ ଯୋଗାଯୋଗ ବ୍ୟକ୍ତି, ରେସିଡେଣ୍ଟ ଗ୍ରିଭେନ୍ସ ଅଫିସରଙ୍କ ନାମ ଏବଂ ଯୋଗାଯୋଗ ବିବରଣୀ ଏବଂ ଭାରତରେ ଥିବା କମ୍ପାନିର ଠିକଣା ଦେବାକୁ ପଡିବ

Leave a Reply

Your email address will not be published. Required fields are marked *