ଅନୁଗୋଳ: ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସ୍ବାବଲମ୍ବୀ କରିବା ପାଇଁ ସରକାର ଧାନ ସଂଗ୍ରହ ନିମନ୍ତେ ମହିଳାମାନଂକୁ ଦାୟିତ୍ବ ଦେଇଛନ୍ତି । ମୁଷାପାପୁଲି ଗ୍ରାମର ମା ଶାରଳା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ,ରନ୍ତଲେଇ ଗ୍ରାମ ପଞ୍ଚାୟତ ପାଇଁ ଧାନ ସଂଗ୍ରହ କରିବାର ଦାୟିତ୍ବ ନେଇଛି । ଆଜି ଗୋଟିଏ ଦିନରେ ୫୭୦ ଦ୍ବିଣ୍ଟାଲ ଧାନ ସଂଗ୍ରହ କରାଯାଇ ମିଲ୍କୁ ବିକ୍ରି କରାଯାଇଛି । ପୂର୍ବରୁ ଚାଷୀମାନେ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ମାଧ୍ୟମରେ ଧାନ ବିକ୍ରୟ ନିମନ୍ତେ ପଞ୍ଜିକରଣ କରିଥିଲେ ।
ମହିଳା ସ୍ଵୟଂ ସହାୟକ ଗୋଷ୍ଟି କିଣିଲେ ଚାଷୀଙ୍କଠାରୁ ଧାନ
