ଜାତୀୟ  ଜୁଡୋ ପ୍ରତିଯୋଗିତାରେ ଭାଗ ନେବେ ଅନୁଗୋଳର ଝିଅ ଶ୍ରଦ୍ଧାଞ୍ଜଳି।

ଅନୁଗୋଳ :ଚଳିତ ମାସ ୦୪/୦୧/୨୦୨୫ ରିଖ ଠାରୁ ୦୮/୦୧/୨୦୨୫ ରିଖ ପଯ୍ୟନ୍ତ ଜାତୀୟ ସ୍ତରୀୟ ଜୁଡୋ ପ୍ରତିଯୋଗିତା ଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁ ଯାଉ ଅଛି।ନିକଟରେ ହୋଇଥିବା ରାଜ୍ୟ ସ୍ତରୀୟ ଜୁଡୋ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଜିତି  ଜାତୀୟ ସ୍ତରୀୟ  ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲା ଶ୍ରଦ୍ଧାଞ୍ଜଳି।ଆଜି ସେ ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ନୂଆଦିଲ୍ଲୀ ଯାଇଛନ୍ତି। ଜାହାପଇଁ ଜିଲ୍ଲା କ୍ରିଡ଼ା ଅଧିକାରି ଅକ୍ଷୟ କୁମାର ସିଠ ,ସଂଘ ସଂପାଦକ ସୁଧାଂଶୁ କୁମାର ପଣ୍ଡା, ସହ ସମ୍ପାଦକ ଦୁଷ୍ୟନ୍ତ କୁମାର ନାଥ ପୂର୍ବତ ନଗରପାଳ ଶକ୍ତି ପ୍ରସାଦ ପଟ୍ଟନାୟକ, ଆଇନ୍ ଯିବୀ ପ୍ରଦିପ କୁମାର ଦେବତା କୋଷାଧ୍ୟକ୍ଷ ବିରେନ୍ କୁମାର ଭୂତିଆ , ଉପଦେଷ୍ଟା ଜଗଦୀଶ ମିଶ୍ର , କନ୍ୟା ରତ୍ନ ପ୍ରାପ୍ତ ଜସ୍ଲିନ ସାହୁ ଶ୍ରଦ୍ଧାଞ୍ଜଳି ସ୍ୱାଇଁଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସୁବେତ୍ସା ଜଣାଇଛନ୍ତି।ଶ୍ରଦ୍ଧାଞ୍ଜଳି ଭଲ ପ୍ରଦର୍ଶନ କରି ରାଜ୍ୟ ପାଇଁ ତଥା ଜିଲା ପାଇଁ ଗୌରବ ଆଣନ୍ତୁ ବୋଲି ଆଶା କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *