ପୁରୀ: ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ପୁଣି ଥରେ ହଠାତ୍ ବଢ଼ିଯିବାରୁ କଟକଣା ବଢ଼ିଛି। କରୋନାର ପ୍ରଭାବ ପୁରୀ ସହର ଉପରେ ପଡ଼ିଛି। ଆସନ୍ତା ଜାନୁଆରି ୧୦ ତାରିଖ ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଜାନୁଆରି ୩୧ ତାରିଖ ଯାଏଁ ଶ୍ରଦ୍ଧାଳୁୁଙ୍କୁ ଶ୍ରୀମନ୍ଦିର ମନା ରହିବ। ସେବାୟତଙ୍କ ପ୍ରସ୍ତାବ କ୍ରମେ ଆଜି ପରିଚାଳନା ଓ ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବାା ଜଣାପଡ଼ିଛି। ସୂଚନାଯୋଗ୍ୟ, କରୋନା କଟକଣା ବୃଦ୍ଧି ଯୋଗୁଁ ଗତବର୍ଷ ଓ ୨୦୨୦ରେ ମଧ୍ୟ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖାଯାଇଥିଲା। ତେବେ କରୋନା ସଂକ୍ରମଣ ଧୀରେ ଧୀରେ କମିବା ପରେ ଶ୍ରୀମନ୍ଦିର ଉପରେ ଲାଗୁ ହୋଇଥିବା କୋଭିଡ କଟକଣାକୁ ଧୀରେ ଧୀରେ କୋହଳ କରାଯାଇଥିଲା। ଗତ ବୁଧବାର ରାଜ୍ୟ ସରକାର ୨୦୨୨ ଜାନୁଆରି ମାସ ପାଇଁ ଗାଇଡଲାଇନ୍ ଜାରି କରିବା ପରେ ଆଜି ଠାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଦର୍ଶନ କରିପାରିବେ। ଆସନ୍ତାକାଲି ରାତି ୮ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ହୋଇପାରିବ। କିନ୍ତୁ ରବିବାର ଦିନ ସାଧାରଣ ଦର୍ଶକଙ୍କୁ ଶ୍ରୀମନ୍ଦିର ପ୍ରବେଶ ଉପରେ ରୋକ ଲାଗିବ।
Related Posts
ଏପ୍ରିଲ ପହିଲାରେ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା,ଓଡ଼ିଶାରୁ ଯୋଗଦେବେ ୨୬୦୦୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ।
ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲ ୧ ତାରିଖ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମରେ ‘ପରୀକ୍ଷା ପେ ଚର୍ଚ୍ଚା’ର ପଂଚମ ସଂସ୍କରଣ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
ରାଜ୍ୟରେ ୧୦୭୩ ଟିକାକରଣ କେନ୍ଦ୍ର ବନ୍ଦ, ଆଉ ୨ ଦିନ ପାଇଁ ଗଚ୍ଛିତ ଅଛି ଟିକା
ଭୁବନେଶ୍ଵର: ରାଜ୍ୟରେ ମୋଟ ୧୫୦୦ ଟିକାକରଣ କେନ୍ଦ୍ର ମଧ୍ୟରୁ ମାତ୍ର ୪୨୭ଟି କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ଅବଶିଷ୍ଟ ୧୦୭୩ ଟିକାକରଣ କେନ୍ଦ୍ର ବନ୍ଦ ରହିଛି ବୋଲି ସ୍ବାସ୍ଥ୍ୟ…
ମୌସୁମୀ ଛୁଇଁବା ପରେ ସ୍ୱାଭାବିକ ବର୍ଷା : ଆଜିଠୁ ଆଉ ୪ ଦିନ ପ୍ରବଳ ବର୍ଷିବ
ଭୁବନେଶ୍ବର : ଗତ ୧୬ ଜୁନ୍ରେ ମୌସୁମୀ ଓଡ଼ିଶା ଛୁଇଁବା ପରେ ରାଜ୍ୟରେ ସ୍ୱାଭାବିକ ଭାବେ ବର୍ଷା ହୋଇଛି। ମୌସୁମୀର ସକ୍ରିୟତା କାରଣରୁ ଗତ ୧୬ ଜୁନ୍ରୁ…