ଅନ୍ତର୍ଜାତୀୟ ତାଇକୋଣ୍ଡୋ ରେ ସ୍ଵର୍ଣ ପଦକ ବିଜେତା ଶ୍ରେୟାଂଶ ଙ୍କୁ ସମ୍ବର୍ଦ୍ଧନା।

ଅନୁଗୋଳ : ଗତ ଜାନୁୟାରୀ ମାସରେ ନେପାଳ ର ପୋଖରା ଠାରେ ଆୟୋଜିତ ଅନ୍ତର୍ଜାତୀୟ ତାଇକୋଣ୍ଡୋ ପ୍ରତିୟୋଗିତା ରେ ଭାଗ ନେଇଥିବା ଅନୁଗୋଳ ଶ୍ରେୟଂସ  ସାହୁ  ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ  ରୋପ୍ୟ ପଦକ ହାସଲ କରି ଅନୁଗୋଳ ଜିଲ୍ଲାର ଗୌରବ ଆଣିଛନ୍ତି। ଉଭୟ ଟାଇକୋଣ୍ଡ ର ପୁଂସେ ଓ ଫାଇଟ ରେ ଏହି ପଦକ ଜିତିଛନ୍ତି।ତାଙ୍କୁ ଆଜି ଅନୁଗୋଳ ଟାଇକୋଣ୍ଡ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।


 ଅନ୍ତର୍ଜାତୀୟ ସ୍ତର ରେ ଅଂଶଗ୍ରହଣ କରି ପଦକ ହାସଲ କରି ଜିଲା ତଥା ଅନୁଷ୍ଠାନ ର ଗୌରବ ବଢ଼ାଇ ଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି। ପିଲାଟି ଭିତରେ ଏଭଳୀ ଖେଳପ୍ରତି ଆଗ୍ରହ ଥିବାରୁ ଅନୁଗୋଳ ଜିଲ୍ଲା ତାଇକୋଣ୍ଡୋ ସଂଘର ସମ୍ପାଦକ ତଥା ପ୍ରତିଷ୍ଠାତା ଦୁଷ୍ୟନ୍ତ କୁମାର ନାଥ ଙ୍କ ଉପସ୍ଥିତ ରେ ବିଶିଷ୍ଟ ସମାଜ ସେବୀ ପଦ୍ମାକ୍ଷି ସିଂହ, ଅନୁଗୋଳ ତାଇକୋଣ୍ଡୋ ସଂଘ ଅନୁଗୋଳ ର ସଭାପତି ନିଳମଣୀ ରାଉତ, ଉପସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ, ଉପଦ୍ରେଷ୍ଟା ଓ ଆଇନ୍ ଜୀବି ପ୍ରଦିପ କୁମାର ଦେଵତା ସ୍ରେୟଂସକୁ ପୁଷ୍ପ ଗୁଚ୍ଛ ଓ ପୁଷ୍ପ ମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଜାତୀୟ ଖେଳାଳି ଓ କନ୍ୟା ରତ୍ନ ପୁରସ୍କାର ପ୍ରାପ୍ତ ଜସ୍ଲିଁ ସାହୁ, ଓ ଶ୍ରଦ୍ଧାଞ୍ଜଳୀ ସ୍ବାଇଁ ଏହି ସମ୍ବର୍ଦ୍ଧନା ପର୍ବ ରେ  ଉପସ୍ଥିତି ଥିଲେ।


   ଶ୍ରେୟାଂଶ ର ବୟସ ଆଠ ବର୍ଷ ଓ ଦିଲ୍ଲୀ ପବ୍ଲିକ ସ୍କୁଲ ନାଲକୋ ନଗର ଅନୁଗୋଳ ର ଦ୍ବିତୀୟ ଶ୍ରେଣୀରେ ବିଦ୍ୟା ଅଧ୍ୟୟନ କରୁଛନ୍ତି, ଅନୁଗୋଳ ଜିଲ୍ଲା ତାଇକୋଣ୍ଡୋ ସଂଘର ସମ୍ପାଦକ ଓ ପ୍ରତିଷ୍ଠାତା ଦୁଷ୍ୟନ୍ତ କୁମାର ନାଥ ଙ୍କ ନିକଟରୁ ଦୀର୍ଘ ଦୁଇ ବର୍ଷ ହେଲା ଶିକ୍ଷା ଲାଭ କରି ବିଭିନ୍ନ ଖେଳରେ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରୀୟ ଖେଳରେ ପଦକ ହାସଲ କରି ଜିଲ୍ଲାର  ଗୌରବ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *