ନୂଆଦିଲ୍ଲୀ : ଚଲିତ ମାସ ୨୮ ତାରିଖରୁ ନେପାଳ ର ପୋଖରା ଠାରେ ଆୟୋଜିତ ତାଇକୋଣ୍ଡୋ ପ୍ରତିୟୋଗିତା ରେ ଭାଗ ନେଇଥିବା ଅନୁଗୋଳ ଶ୍ରେୟଂସ ଭାଗ ନେଇ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୋପ୍ୟ ପଦକ ର ବିଜେତା ହୋଇଛନ୍ତି । ଅନୁଗୋଳ ସହର ର ହାତୀଶାଳ ପଡାର ବିଶ୍ବରଂଜନ ସାହୁ ଓ ସୂର୍ଯ୍ୟସ୍ନାତା ସାହୁ ଙ୍କ ପୁଅ ହେଉଛନ୍ତି ଶ୍ରେୟାଂଶ ସାହୁ।

ଉଭୟ ଟାଇକୋଣ୍ଡ ର ପୁଂସେ ଓ ଫାଇଟ ରେ ଏହି ପଦକ ବିଜେତା ହୋଇଛନ୍ତି। ଯାହାକୁ ନେଇ ସେ ଓ ତାଙ୍କ ପରିବାର ଓ ତାଙ୍କ ଟାଇକୋଣ୍ଡ ଶିକ୍ଷକ ବେଶ ଖୁସି ବ୍ୟକ୍ତ କରିଛନ୍ତି ।

ଶ୍ରେୟାଂଶ ର ବୟସ ଆଠ ବର୍ଷ ଓ ଦିଲ୍ଲୀ ପବ୍ଲିକ ସ୍କୁଲ ନାଲକୋ ନଗର ଅନୁଗୋଳ ର ଦ୍ବିତୀୟ ଶ୍ରେଣୀରେ ବିଦ୍ୟା ଅଧ୍ୟୟନ କରୁଛନ୍ତି, ଅନୁଗୋଳ ଜିଲ୍ଲା ତାଇକୋଣ୍ଡୋ ସଂଘର ସମ୍ପାଦକ ଓ ପ୍ରତିଷ୍ଠାତା ଦୁଷ୍ୟନ୍ତ କୁମାର ନାଥ ଙ୍କ ନିକଟରୁ ଦୀର୍ଘ ଦୁଇ ବର୍ଷ ହେଲା ଶିକ୍ଷା ଲାଭ କରି ବିଭିନ୍ନ ଖେଳରେ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରୀୟ ଖେଳରେ ପଦକ ହାସଲ କରି ଜିଲ୍ଲାର ଗୌରବ ଆଣିଛନ୍ତି।

ମାତ୍ର ୮ ବର୍ଷର ବାଳକ ଦୁଇ ବର୍ଷ ଭିତରେ ୫ ଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଏବେ ଅନ୍ତର୍ଜାତୀୟ ସ୍ତର ରେ ଅଂଶଗ୍ରହଣ କରି ପଦକ ହାସଲ କରିବା ,ପିଲାଟି ଭିତରେ ଏଭଳୀ ଖେଳପ୍ରତି ଆଗ୍ରହ ଥିବାରୁ, ଜିଲ୍ଲା କ୍ରିଡ଼ା ଅଧିକାରି ଅକ୍ଷୟ କୁମାର ସେଠ, ଅନୁଗୋଳ ତାଇକୋଣ୍ଡୋ ସଙ୍ଘ ଅନୁଗୋଳ ର ସଭାପତି ନିଳମଣୀ ରାଉତ, ଉପସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ, ପର୍ଶୁରାମ ଦାସ, ନିର୍ମଳ ଅଗରୱାଲ, ଉପଦେଷ୍ଟା ଓ ଆଇନ୍ ଯିବି ପ୍ରଦୀପ କୁମାର ଦେଵତା ପିଲାଟିକୁ ସୁବେତ୍ସା ଜଣାଇଛନ୍ତି।