ସୁନ୍ଦରଗଡ଼ରୁ ସର୍ବାଧିକ ୫୨୩ ପଜେଟିଭ , ୧୦ଜିଲାରେ ଆରମ୍ଭ ହେଲା ସପ୍ତାହନ୍ତା୪୮ଘଣ୍ଟିଆ ବନ୍ଦ।

ରାଉରକେଲା : ସ୍ମାର୍ଟସିଟିରେ ଅଣାୟତ୍ତ ହେଉଛି କରୋନା। ଆଜି ସୁନ୍ଦରଗଡ଼ରୁ ୫୨୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି l କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଆଜିଠୁ ସହରରେ ସପ୍ତାହାନ୍ତ ସଟଡାଉନ କରାଯାଇଛି l ସଟଡାଉନ ଯୋଗୁ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି l ଯାଞ୍ଚ ପାଇଁ ଜିଲ୍ଲା ପୁଲିସର ୩୦ ଟି ଏନଫୋର୍ସମେଣ୍ଟ ଟିମ ଗଠନ କରାଯlଇଛି l ରାଉରକେଲା ଏସପି ମୁକେଶ କୁମାର ଭାମୁ ପୁଲିସର ବରିଷ୍ଠ ଅଧିକାରୀ, ସମସ୍ତ ଥାନା ଅଧିକାରୀଙ୍କୁ ଡକାଇ ଏନଫୋର୍ସ ମେଣ୍ଟ ଉପରେ ଅଧିକ ଧ୍ୟାନ ଦେବାକୁ ନିର୍ଦେଶ ଦେଇଛନ୍ତି l ସହରର ୩୦ଟି ପ୍ରମୁଖ ସ୍ଥାନ ଚିହ୍ନଟ ହୋଇଛି l ଏହି ସବୁ ସ୍ଥାନରେ ବରିଷ୍ଟ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି l ୩୦ଟି ପିସିଆର ଭ୍ୟାନ ଜରିଆରେ ପାଟ୍ରୋଲିଂ ଆରମ୍ଭ ହୋଇଛି l ସହର  ପ୍ରବେଶ ପଥ ପାନପୋଷ, ବିର୍ସା ମୁଣ୍ଡା ଛକରେ ବ୍ୟାପକପୁଲିସ ମୁତୟନ କରାଯିବା ସହ ଯାଞ୍ଚକୁ କଡାକଡ଼ି କରାଯାଇଛି l ସହରକୁ ଆସୁଥିବା ଛତିଶଗଡ଼, ଝାରଖଣ୍ଡ ଓ ବିହାର ସମସ୍ତ ବସ ଚଳାଚଳ ବନ୍ଦ ରହିଛି। ସେହିପରି ସୀମାନ୍ତବର୍ତୀ ସମ୍ବଲପୁର ସମେତ ବଲାଙ୍ଗିର ଆଦି ନୂଆପଡା ଆଦି ୧୦ ଜିଲା ରେ ସପ୍ତାହନ୍ତା ବନ୍ଦ ରହିଛି  ।

Leave a Reply

Your email address will not be published. Required fields are marked *