ଅଭିନେତା ତଥା ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ । ମୁମ୍ବାଇର କପୁର୍ ହସ୍ପିଟାଲରେ ସିଦ୍ଧାର୍ଥଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି । ସୂଚନାନୁସାରେ, ୪୦ ବର୍ଷୀୟ ସିଦ୍ଧାର୍ଥ ଶୁକ୍ଲାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ କିନ୍ତୁ ଏହା ପରେ ସେ ଉଠି ପାରିନଥିଲେ। ପରେ ଡାକ୍ତରଖାନା ନିଶ୍ଚିତ କରିଥିଲା ଯେ ସିଦ୍ଧାର୍ଥଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଟିଭି ଇଣ୍ଡଷ୍ଟ୍ରିର ନାମୀ କଳାକାର ସିଦ୍ଧାର୍ଥ ଶୁକ୍ଲା ରିଅଲିଟି ସୋ ବିଗ୍ ବସ୍ ର ୧୩ ତମ ସିଜନର ବିଜେତା ଥିଲେ, ଏହା ବ୍ୟତୀତ ସେ ଖାତରୋଁ କେ ଖିଲାଡିର ସପ୍ତମ ସିଜନ୍ ମଧ୍ୟ ଜିତିଥିଲେ । ବାଲିକା ବଧୁ ସିରିଏଲରୁ ସିଦ୍ଧାର୍ଥ ଶୁକ୍ଲା ଦେଶର ପ୍ରତ୍ୟେକ ଘରେ ନିଜର ପରିଚୟ ସୃଷ୍ଟି କରିଥିଲେ।
Related Posts
ହକି ଇଣ୍ଡିଆ ସଭାପତି ପାଇଁ ନାମାଙ୍କନ ଭରିଲେ ଦିଲ୍ଲୀପ ତିର୍କି
ଭୁବନେଶ୍ୱର: ହକି ଇଣ୍ଡିଆ ସଭାପତି ପାଇଁ ନାମାଙ୍କନ କଲେ ଦିଲ୍ଲୀପ ତିର୍କି । ପୂର୍ବତନ ହକି ଅଧିନାୟକ ଦିଲ୍ଲୀପ ତିର୍କି ନାମାଙ୍କନ ଭରିବା ପରେ ତାଙ୍କୁ ନେଇ…
ରାଜ୍ୟରେ ପାଣି ପାଗରେ ପରିବର୍ତନ।୩ ଦିନ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା।
ଭୁବନେଶ୍ୱର: ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି।…
ଅନୁଗୋଳ ଜିଲ୍ଲାରୁ ୧୦୪ ଜଣ କରୋନା ପଜିଟିଭ ଚିହ୍ନଟ, ପଜିଟିଭ ସଂଖ୍ୟା ପହଞ୍ଚିଲା ୪୫୧୦୪ରେ
ଅନୁଗୋଳ: ଶନିବାର ଅନୁଗୋଳ ଜିଲ୍ଲାରେ ୧୦୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍…