ନୂଆ ବର୍ଷରେ ଚର୍ଚା,ଛେଳି ଚୋରି କରି ନିଲମ୍ବିତ ହେଲେ ଥାନା ବାବୁ

 ବଲାଙ୍ଗୀର ଚୋରି କରି ପୋଲିସ ନିଲମ୍ବିତ। ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଏଏସଆଇ ସୁମନ ମଲ୍ଲିକ ଛେଳି ଚୋରି କରି କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ଏଏସଆଇଙ୍କ ବିରୋଧରେ ବଲାଙ୍ଗୀର ଏସପି ଏହି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।ସୂଚନାନୁଯାୟୀ, ଶୁକ୍ରବାର ସିନ୍ଧେକେଲା ଥାନା ଏଏସଆଇ ସୁମନ ମଲ୍ଲିକ ଛେଳି ଚୋରି କରି ଭୋଜି କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ଅଭିଯୋଗ କାରୀ ଏବଂ ଗାଁଲୋକେ ଥାନା ଘେରାଉ କରିଥିଲେ । ଗତକାଲି ରାତିରେ ସିନ୍ଧେକେଲା ଥାନାରେ ଉତ୍ତେଜନା ଲାଗି ରହିଥିଲା। ଏହାପରେ ବଲାଙ୍ଗୀର ଏସପି ସମ୍ପୃକ୍ତ ଏଏସଆଇଙ୍କୁ ନିଲମ୍ବିତ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *