ଅନୁଗୋଳ ତାଇକୋଣ୍ଡୋ ଆସୋସିଏସନ ପକ୍ଷରୁ ଶିଶୁ ଦିବସ ପାଳିତ ।

ଅନୁଗୋଳ : ସ୍ଥାନୀୟ  ଅମଲାପଡ଼ା ମା ବାସନ୍ତୀ ପାଠାଗାର ପରିସରରେ ଅନୁଗୋଳ ତାଇକୋଣ୍ଡୋ ଆସୋସିଏସନ୍ ଅନୁଗୋଳ ପକ୍ଷରୁ ଶିଶୁ ଦିବସ ପାଳିତ ହୋଇଯାଇଛି।ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ଟାମଡ଼ା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ପଣ୍ଡିତ ଜବାହର ଲାଲ ନେହେରୁ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ରୂପେ ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର୍ ଦେବତା , ମାନସ ରଞ୍ଜନ ମହାନ୍ତି,, ବିଶ୍ବରଂଜନ ପଟ୍ଟନାୟକ ଶିଶୁ ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ, କରିଥିଲେ ।ସଂସ୍ଥାର ପ୍ରତିଷ୍ଠାତା ତଥା ମୁଖ୍ୟ ପ୍ରଶିକ୍ଷକ
ଦୁଷ୍ୟନ୍ତ୍ କୁମାର୍ ନାଥ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ସାଂପ୍ରତିକ ସମୟରେ ମାର୍ଶାଲ ଆର୍ଟ ର ଉପଯୋଗୀତା ଉପରେ ଆଲୋକପାତ କରିଥିଲେ।ସମାରୋହରେ ବହୁ ତାଇକୋଣ୍ଡୋ ପ୍ରଶିକ୍ଷାର୍ଥୀ୍ ଓ ଅଭିଭାବକ ଯୋଗ ଦେଇଥିଲେ, ଉକ୍ତ କାର୍ଯ କ୍ରମରେ ଜାତୀୟ ଖେଳାଳି ପ୍ରୀତମ୍ କୁମାର ସାହୁ, ଶ୍ରୀୟାଶ୍ରୀ ପ୍ରଧାନ, ସ୍ଵତି ସ୍ୱାଗତିକା ଦାସ, ଓ ଶ୍ରଦ୍ଧାଞ୍ଜଳି ସ୍ୱାଇଁ ସାହାଯ୍ୟ ଓ ସହୟୋଗ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *