GMDC ର ଗ୍ରାମ୍ୟ ବିକାଶ ଟ୍ରଷ୍ଟ ପକ୍ଷରୁ  ଛଅ ଟି ଗୋଷ୍ଠୀଗତ ପ୍ରକଳ୍ପ ଲୋକାର୍ପିତ।

ଅନୁଗୋଳ : ଗୁଜୁରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ୍ ନିଜର ସାମାଜିକ ଦାୟିତ୍ବ ଶାଖା, ଗ୍ରାମ୍ୟ ବିକାଶ ଟ୍ରଷ୍ଟ (ଜିଏମଡିସି-ଜିଭିଟି) ଦ୍ୱାରା ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଓ ମାଛକୁଟା ପଞ୍ଚାୟତରେ ଛଅ ଗୋଟି ଗୋଷ୍ଠୀଗତ ପ୍ରକଳ୍ପ ଲୋକାର୍ପିତ କରାଯାଇଛି । ସାମୂହିକ ଭାବରେ ପ୍ରାୟ ୩୦ ଲକ୍ଷ ଖର୍ଚ୍ଚ ବ୍ୟୟ ହୋଇଥିବା ଏହି ପ୍ରକଳ୍ପଗୁଡିକ ସ୍ଥାନୀୟ ବାସିନ୍ଦାଙ୍କ ସାମାଜିକ ଜୀବନର ସମୃଦ୍ଧ କରିବାରେ ସହାୟକ ହେବ ।

ଏହି ସମସ୍ତ ପ୍ରକଳ୍ପ ମଧ୍ୟରେ ମନ୍ଦିର ନବୀକରଣ, ଖେଳ ପଡ଼ିଆର ଉନ୍ନତିକରଣ ଓ କମ୍ୟୁନିଟି ହଲ୍ ନିର୍ମାଣ ଇତ୍ୟାଦି କାର୍ଯ୍ୟ ସମ୍ପାଦନ କରାଯାଇଛି ।

ଜିଏମଡିସି-ଜିଭିଟି ଦ୍ବାରା ମାଛକୁଟା ପଞ୍ଚାୟତର ମଝି ସାହି କମ୍ୟୁନିଟି ହଲ୍ ର ସମ୍ପୂର୍ଣ ନିର୍ମାଣ କାର୍ଯ୍ୟ କରାଯାଇଛି । ମଝି ସାହି କମ୍ୟୁନିଟି ହଲ୍ ସହ ପୋଡାପଡା ଗ୍ରାମର କ୍ରିକେଟ ପଡ଼ିଆର ଉନ୍ନତିକରଣ କାର୍ଯ୍ୟ ର  ଉଦ୍ଘାଟନ ସମାରୋହରେ ବ୍ଲକ୍ ଚେୟାରମ୍ୟାନ୍ ସୁମିତ୍ରା ସାହୁ, ଜିଏମଡିସି ବୈତରଣୀ ପଶ୍ଚିମ କୋଇଲା ଖଣି ପ୍ରକଳ୍ପ ମୁଖ୍ୟ ବ୍ରିଗେଡିଏର ମନୁ ମେହରୋତ୍ରା, ଜିଲ୍ଲା ପରିଷଦ ସଦସ୍ୟ ଯଶୋବନ୍ତ ପ୍ରସାଦ ବେହେରା, ସମିତି ସଭ୍ୟ ସୁମନ୍ତ ବେହେରା ଓ ପୋଡାପଡା ଗ୍ରାମ ସଭାପତି ଗୋପବନ୍ଧୁ ଗଡ଼ନାୟକଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା । ଛେଣ୍ଡିପଦାର ଯୁବ ନେତା ଅକ୍ଷୟପାଦ ବେହେରା, ବିଏନବି ତରଫରୁ ପ୍ରକଳ୍ପ ପରିଚାଳକ ରୋମାଞ୍ଚଳ ଖମାରି, ଗୋଷ୍ଠୀ ପରିଚାଳକ ମୁଖ୍ୟ ରଶ୍ମୀ ରଞ୍ଜନ ଶତପଥୀ ଓ ସ୍ଥାନୀୟ ନେତୃବୃଦ ସହ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

  ଏଥି ସହିତ ଜିଏମଡିସି ଦ୍ବାରା ଛେଣ୍ଡିପଦା ପଞ୍ଚାୟତରେ ମାଛକୁଟା ଶିବ ମନ୍ଦିରର ନବୀକରଣ, ରୁଗୁଡି ସାହି କମ୍ୟୁନିଟି ହଲ୍ ନବୀକରଣ ଓ ସିଭିଲ କୋର୍ଟ ଛେଣ୍ଡିପଦା ସମ୍ମିଳନୀ କକ୍ଷର ନବୀକରଣ କାର୍ଯ୍ୟର ମଧ୍ୟ ଲୋକାର୍ପିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଏମ୍‌ଡିସି କମ୍ପାନୀ ସହ ବିଏନବି କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ସ୍ଥାନୀୟ ବାସିନ୍ଦା ଦ୍ବାରା ଏହି ସମସ୍ତ ପ୍ରକଳ୍ପକୁ ସ୍ବାଗତ କରାଯାଇଛି ।

Leave a Reply

Your email address will not be published. Required fields are marked *