ଦେବସ୍ନାନ ପୁର୍ଣିମା ନୀତିନିର୍ଘଣ୍ଟକୁ ବିରୋଧ।ରାତି୧ଟା ରେନୀତିକାନ୍ତି ଅଶାସ୍ତ୍ରୀୟ କହିଲା ଶ୍ରୀଜଗନ୍ନାଥ ଭକ୍ତ ସମାଜ ।

ଅନୁଗୋଳ : ଅନୁଗୋଳ ଠାରେ ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ପକ୍ଷରୁ ସ୍ନାନ ଯାତ୍ରା ପାଇଁ ହୋଇଥିବା ନୀତି ନିର୍ଘଣ୍ଟ କୁ ବିରୋଧ କରାଯାଇଛି। ଶ୍ରୀ ମନ୍ଦିର ପ୍ରଶାସନ ଚତୁର୍ଧା ମୁରତି ଙ୍କ ସ୍ନାନ ଯାତ୍ରା ପାଇଁ ଗତ କାଲି ନୀତି ନିର୍ଘଣ୍ଟ କରିଥିବା ବେଳ ଏହାକୁ ଶାସ୍ତ୍ର ମତରେ କରଣୀୟ ନୁହେଁ ବୋଲ ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ଯୁକ୍ତି ବାଢିଛି। ଏଥର ରାତି ୧ ଟା ପର  ଠାରୁ ଶ୍ରୀକ୍ଷେତ୍ର ରେ ଠାକୁର ମାନଙ୍କ ସ୍ନାନ ଯାତ୍ରା ପାଇଁ ନୀତିକାନ୍ତି ଆରମ୍ଭ କରାଯିବ ବୋଲି ସ୍ଥିର ହୋଇଛି ।ଯାହାର ପୁନର ବିଚାର କରାଯାଉ ବୋଲି ଦାବି କରାଯାଇଛି।

Advertisement

ଜଗନ୍ନାଥ ଭକ୍ତ ସମାଜ ପକ୍ଷରୁ କୁହାଯାଇଛି ସ୍ନାନ ପୁର୍ଣିମା ପାଇଁ ଯେଉଁ ନୀତି ନିର୍ରଘଣ୍ଟ ଧାର୍ଯ୍ୟ କରାଯାଇଛି ତାହା ସଂପୂର୍ଣ୍ଣ ଅଶାସ୍ତ୍ରୀୟ ପରମ୍ପରା ଭଙ୍ଗ ତଥା ଅଗଣିତ ଭକ୍ତ ମାନଙ୍କୁ ଆଘାତ ଦେଇଛି । ଶ୍ରୀ ମନ୍ଦିର ପ୍ରଶାସକ ଓ ରାଜ୍ୟ ସରକାର ନିସ୍ପତି ର ପୁନର ବିଚାର କରନ୍ତୁ ବୋଲି  ଶ୍ରୀ ଜଗନ୍ନାଥ ଭକ୍ତ ସମାଜ କହିଛି।  ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ହିନ୍ଦୁ ପରିଷଦ ର ଉପସଭାପତି , ମହେଶ ସାହୁ ,ଆବାହକ ସନାତନ ଜାଗୃତି ପରିଷଦ ର  ପଣ୍ଡିତ ରୋହିତ ଦାସ ‘ଶ୍ରୀ’ ଫାଉଣ୍ଡେସନ ର ସୌରୀରଞ୍ଜନ ପଣ୍ଡା ଓ  ଅନ୍ୟମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *