ଭିମଲା ଇନଫ୍ରାଷ୍ଟ୍ରକଚର ପାଇଁ ସାମାଜିକ ପ୍ରଭାବ ଆକଳନ ଜଣ ଶୁଣାଣି

ଅନୁଗୋଳ: ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଜରପଡା ଆଗାମୀ ଦିନରେ ହେବାକୁ ଯାଉଛି କୋଇଲା ପରିବହନ ର ପେଣ୍ଠ ସ୍ଥଳୀ ।ଜାହାପାଇଁ ନୂଆ ନୂଆ ପରିବହନ କମ୍ପାନୀ ଅଞ୍ଚଳର ସାମାଜିକ ସ୍ଥିତି ର ଆକଳନ କରୁଛନ୍ତି। ଏଠାରେ ହେବାକୁ ଥିବା ମେସେର୍ସ ଭିମଲା ଇନଫ୍ରାଷ୍ଟ୍ରକଚର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ପାଇଁ ସାମାଜିକ ପ୍ରଭାବ ଆକଳନ ସମ୍ବନ୍ଧୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି I

Advertisement

ଅତିରିକ୍ତ ଜିଲ୍ଲାପାଳ ଉଦୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଅନୁଗୋଳ ଉପଜିଲ୍ଲାପାଳ ମାୟାଧର ବେହେରା, ଛେଣ୍ଡିପଦା ତହସିଲଦାର ମାନସ ରାୟ, ସୃଷ୍ଟି ସଂସ୍ଥାର ଅଧିକାରୀ ମନୋରଞ୍ଜନ ମିଶ୍ର ଏବଂ କମ୍ପାନୀରେ ନିର୍ଦେଶକ କୈଳାଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ I କମ୍ପାନୀ ତରଫରୁ ଏଠାରେ ଏକ ମଲ୍ଟି ମୋଡାଲ ଲଜିସ୍ଟିକ ପାର୍କ ନିର୍ମାଣ କରାଯିବ I ଏଥିପାଇଁ ଭାଗିରଥିପୁର, ଦୁର୍ଗାପୁର, ଜରପଡା ଏବଂ କୁମାରସିଙ୍ଗ ଏହି ୪ଟି ଗାଁ ପ୍ରଭାବିତ ହେବ I ଏହି ପ୍ରକଳ୍ପ ପାଇଁ ମୋଟ ୪୦ଏକର ଜାଗା ଆବଶ୍ୟକ ପଡୁଥିଲେ ମଧ୍ୟ ୧୪ ଏକର ବ୍ୟକ୍ତିଗତ ଜାଗା ଅଧିଗ୍ରହଣ କରାଯିବ I ତେଣୁ ଲୋକଙ୍କର ମତାମତ ଗ୍ରହଣ କରାଯାଇଥିଲା I

କିଛି ଲୋକ ପ୍ରକଳ୍ପ ସପକ୍ଷରେ ମତ ଦେଇଥିଲେ I ଅଧିକାଂଶ ଲୋକ ପ୍ରଦୂଷଣ ଦୃଷ୍ଟିରୁ ଏଠାରେ ଏଭଳି ଏକ ପ୍ରକଳ୍ପ ନକରାଇ ଦେବାକୁ ମତ ଦେଇଥିଲେ I କିଛି ଲୋକ ଦୀର୍ଘ ବର୍ଷ ହେଲା ନିଜ ଜମିରେ ଚାଷ କରୁଥିବାରୁ ପ୍ରଶାସନ ଜୋର ଜବରଦସ୍ତ ସେମାନଙ୍କ ଜମି ନେଇଯିବାକୁ ଚାହୁଁଚି ବୋଲି ଅଭିଯୋଗ କାରୀ ଆଦୌ ଜମି ଛାଡ଼ିବୁ ନାହିଁ ବୋଲି କହିଥିଲେ I  ଶିବିର ବାହାରେ ହୋ ହଲା କରୁଥିବାର ଦେଖିବାକୁ ମିଳିଥିଲା I ଏଭଳି ମିଶ୍ର ପ୍ରତିକ୍ରିୟା ଭିତରେ ଶୁଣାଣି ଶେଷ ହୋଇ ଥିଲା

Leave a Reply

Your email address will not be published. Required fields are marked *