ଫ୍ୟାସନ ସୋରେ କମାଲ ଦେଖାଇଲେ ସୌମ୍ୟ ରଞ୍ଜନ:ବେଷ୍ଟ ଆକଟିଭ ମଡେଲ ଭାବେ ପୁରସ୍କୃତ।

ପୁରୀ : ଶିକ୍ଷକ ଙ୍କ ଫ୍ୟାସନ ନିଶା। ପୁରୀରେ ଆୟୋଜିତ ଏକ ଜାତୀୟ ଫ୍ୟାସନ ସୋ ରେ ଚମକିଛନ୍ତି ଅନୁଗୋଳ ଜଣେ ଯୁବ ଶିକ୍ଷକ ସୌମ୍ୟ ରଞ୍ଜନ ରାଉତ।ଅନୁଗୋଳ ଜିଲା ବଅଁରପାଳ ଦିଲ୍ଲୀ ପବ୍ଲିକ ସ୍କୁଲ ର  ବାଣିଜ୍ୟ ବିଭଗର ଶିକ୍ଷକ ହେଉଛନ୍ତି ସୌମ୍ୟ ରଞ୍ଜନ । ପୁରୀରେ ଆୟୋଜିତ ଗ୍ଲୋବାଲ ମଡେଲ ଇଣ୍ଡିଆର ଫ୍ୟାସନ ସୋରେ ବେଷ୍ଟ ଆକ୍ଟିବ ମଡେଲ ଭାବେ ସେ ପୁରସ୍କୃତ ହୋଇଛନ୍ତି ।  ପୁରୀରେ ଆୟୋଜିତ ଏହି ଜାତୀୟ  “ଫ୍ୟାସନ ସୋ ରେ ସୌମ୍ୟ ରଞ୍ଜନ ସମ୍ବଲପୁରୀ ବେଶ ପୋଷାକ ପରିଧାନ କରି ରାମ୍ପ ଶୋରେ ପ୍ରଦର୍ଶନ କରିଥିଲେ। ଯାହାକି ଥିଲା ସବୁଠାରୁ ଆକର୍ଷଣୀୟ ।

ପୁନେର ଗ୍ଲୋବାଲ ବିୟୁଟି  ଇଣ୍ଟରନାସନାଲ ଅର୍ଗାନାଇଜେସନ ପକ୍ଷରୁ ଗ୍ଲୋବାଲ ମେଡଲ ଫେସନ ସୋ କରାଯାଇଥିଲା। ଗ୍ଲୋରିଅସ ଓଡିଶାର ଥିମ ନେଇ ଫେସନ ଇକ୍ଲୁସିଭ ସୋ ୨୦୨୧ର ଆୟୋଜନ କରାଯାଇଥିବା ବେଳେ ସେଥିରେ ବେସ ଭଲ ଫ୍ୟାସନ ପଦର୍ଶନ କରିଥିଲେ ସୌମ୍ୟ ରଞ୍ଜନ। ସେ ବେସ୍ଟ ଆକଟିଭ ମଡେଲ ଭାବେ ପୁରସ୍କୃତ ହୋଇଛନ୍ତି । ସୌମ୍ୟ ରଞ୍ଜନ ପେସାରେ ଶିକ୍ଷକ ହୋଥିଲେ ମଧ୍ୟ ଫ୍ୟାସନ ତାଙ୍କର ନିଶା । ସେ  ହେଉଛନ୍ତି ଅନୁଗୋଳ ସହର ହେମସୁର ପଡା ର ରହୁଥିବା ବାବାଜୀ ଚରଣ ରାଉତ  ଓ ସୌଦା ମିନି ରାଉତ ଙ୍କ ପୁଅ ।

Leave a Reply

Your email address will not be published. Required fields are marked *