ଭୁବନେଶ୍ୱର : ଚଲିତ ମାସ ୨୮ ତାରିଖ ଠାରୁ ଆସନ୍ତା ମାସ ୨ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଅନ୍ତର୍ଜାତୀୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିୟୋଗିତା ରେ ଭାଗ ନେବେ ଅନୁଗୋଳ ର ଶ୍ରେୟାଂଶ ।ନେପାଲର ପୋଖରା ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି ଏହି ଆନ୍ତର୍ଜାତୀୟ ପ୍ରତିଯୋଗୀତା। ଉକ୍ତ ପ୍ରତିଯୋଗିତାରେ ଅଂଶ୍ରହଣ କରିବା ପାଇଁ ଅନୁଗୋଳ ଜିଲ୍ଲାର ହାତୀଶାଳ ପଡାର, ବିଶ୍ବରଂଜନ ଓ ସୂର୍ଯ୍ୟସ୍ନାତା ସାହୁ ଙ୍କ ସୁପୁତ୍ର ଶ୍ରେୟାଂଶ ଯାଉଛନ୍ତି। ଶ୍ରେୟାଂଶ ର ବୟସ ବର୍ତ୍ତମାନ ୮ ବର୍ଷ ଓ ସେ ଦିଲ୍ଲୀ ପବ୍ଲିକ ସ୍କୁଲ ନାଲକୋ ନଗର ଅନୁଗୋଳ ର ଦ୍ବିତୀୟ ଶ୍ରେଣୀର ଛାତ୍ର ଅଟନ୍ତି। ଅନୁଗୋଳ ଜିଲ୍ଲା ତାଇକୋଣ୍ଡୋ ସଂଘର ସମ୍ପାଦକ ଓ ପ୍ରତିଷ୍ଠାତା ଦୁଷ୍ୟନ୍ତ କୁମାର ନାଥ ଙ୍କ ନିକଟରୁ ଦୀର୍ଘ ଦୁଇ ବର୍ଷ ହେଲା ଶିକ୍ଷା ଲାଭ କରି ବିଭିନ୍ନ ଖେଳରେ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରୀୟ ଖେଳରେ ପଦକ ହାସଲ କରି ଜିଲ୍ଲାର ଗୌରବ ଆଣିଛନ୍ତି, ମାତ୍ର ୮ ବର୍ଷର ବାଳକ ଦୁଇ ବର୍ଷ ଭିତରେ ୫ ଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଏବେ ଅନ୍ତର୍ଜାତୀୟ ସ୍ତର ରେ ଅଂଶଗ୍ରହଣ କରି ପଦକ ହାସଲ କରିବାକୁ ମନବଳାଇଛନ୍ତି, ।

ପିଲାଟି ଭିତରେ ଏଭଳୀ ଖେଳପ୍ରତି ଆଗ୍ରହ ଥିବାରୁ, ଜିଲ୍ଲା କ୍ରିଡ଼ା ଅଧିକାରି ଅକ୍ଷୟ କୁମାର ସେଠ, ଅନୁଗୋଳ ତାଇକୋଣ୍ଡୋ ସଙ୍ଘ ଅନୁଗୋଳ ର ସଭାପତି ନିଳମଣୀ ରାଉତ, ଉପସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ, ପର୍ଶୁରାମ ଦାସ, ନିର୍ମଳ ଅଗରୱାଲ, ଉପଦେଷ୍ଟା ଓ ଆଇନ୍ ଯିବି ପ୍ରଦୀପ କୁମାର ଦେଵତା ପିଲାଟିକୁ ଆଶୀର୍ବାଦ ପ୍ରଦାନ କରିଛନ୍ତି।

ଏତେ କମ ବୟସରେ ଅର୍ନ୍ତଜାତୀୟ ଖେଳ ପାଇଁ ମନୋନୀତ ହୋଇଥିବାରୁ ପରିବାର ଓ ସାହି ଲୋକ ଖୁସିରେ ଆତ୍ମବିଭୋର ହୋଇଯାଇଛନ୍ତି।ଶ୍ରେୟାଂଶ ର ପରିଶ୍ରମ ଦେଖି ପରିବାର ଲୋକ ପଦକ ଆଣିବ ବୋଲି ଦୃଢ଼ ବିଶ୍ବାସ ରଖିଛନ୍ତି । ଶ୍ରେୟାଂଶ୍ କୁ ଜାତୀୟ ତାଇକଣ୍ଡୋ ବିଚାରକ ଓ ଓଡ଼ିଶାର ପୁରାତନ କୋଚ୍ ଅଶୋକ କୁମାର ସାହୁ ସାଥିରେ ନେଇ ନେପାଲ ଅଭିମୁଖେ ତା ୨୬/୦୧/୨୦୨୫ ରିଖ ଦିନ ଯାତ୍ରା କରିବେ ଓ ତାଙ୍କ ସହିତ ତାଙ୍କ ମାତା , ପିତା ଓ ଭଉଣୀ ମଧ୍ୟ ସାଥିରେ ଯାଉଛନ୍ତି।