ଭୁବନେଶ୍ଵର : ଏଣିକି ଶ୍ରଦ୍ଧାଳୁଙ୍କ ପାଇଁ ସହଜ ହେବ ଜଗା ଦର୍ଶନ । ଶ୍ରୀମନ୍ଦିର ଦର୍ଶନ କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ଏଣିକି ଆଉ ଦରକାର ପଡିବନି ଦବଲ ଡୋଜ କୋଭିଡ ଟିକା ପ୍ରମାଣପତ୍ର । ଏହା ସହିତ କିଓସ୍କ ବ୍ୟବସ୍ଥାକୁ ମଧ୍ୟ ହଟାଇଦିଆଯିବ । ଆସନ୍ତା ଫେବୃଆରୀ ୨୧ରୁ ଲାଗୁ ହେବ ଏହି ନିୟମ । ଆଜି ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏସବୁ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ରାଷ୍ଟ୍ରପତିଙ୍କ ଆଗାମୀ ଗସ୍ତ ନେଇ ଆଲୋଚନା ହୋଇଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୧୯ ତାରିଖରେ ଓଡ଼ିଶା ଗସ୍ତରେ ଆସି ପୁରୀରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବେ । ସେ ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ସେହିପରି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଉଛି । ଏହି ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ଓ ୨୦୦ ପୁଲିସ ଅଧିକାରୀ ସୁରକ୍ଷାର ତଦାରଖ କରିବେ ।
Related Posts
ଅନୁଗୋଳରେ ଖୋଲିଲା ‘ବିକଳାନନ୍ଦ କର ରସଗୋଲା’ ୨୬ ଜାନୁୟାରୀରେ ଶୁଭ ଉଦ୍ଘାଟନ
ଅନୁଗୋଳ ସହର ରେ ଖୋଲିଲା କଟକ ଜିଲ୍ଲା ସାଲେପୁରର ପ୍ରସିଦ୍ଧ ବିକଳାନନ୍ଦ କର ଙ୍କ ରସଗୋଲା । ଆସନ୍ତା ସାଧାରଣ ତନ୍ତ୍ର ଦିବସ ଅବସରରେ ଏହି ବ୍ରାଣ୍ଡ…
୨୪ ଘଣ୍ଟାରେ କରୋନାରେ ଗଲା ଆଉ ୧୭ ଜୀବନ । ଦୈନିକ ସଂକ୍ରମଣ ୧୦ ହଜାର ପାର.
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣଙ୍କ ଜୀବନ ନେଇଛି କରୋନା | ଏମାନଙ୍କ ମଧ୍ୟରେ ଅନୁଗୁଳ, ବଲାଙ୍ଗୀର,ଢେଙ୍କାନାଳରୁ ଜଣେ ଲେଖାଏଁ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ…
୫ଲକ୍ଷ ଟଙ୍କା ଦେଇ ୨୫ ଲକ୍ଷ ଟଙ୍କା ସୁଧ ଆଦାୟ;ଜଣେ ଗିରଫ ।
ଅନୁଗୋଳ :ନିକଟରେ ଡିଲରଙ୍କଠାରୁ ସରକାରଙ୍କ ମାଗଣା ଚାଉଳ କାଟ୍ କରି ନିଲମ୍ବିତ ହୋଇଥିବା ଯୋଗାଣ ବିଭାଗର ଟ୍ରାନ୍ସପୋର୍ଟ କଣ୍ଟ୍ରାକ୍ଟର ସୁଶୀଲ ଅଗ୍ରୱାଲ ସୁଧ କାରବାରରେ ଗିରଫ ହୋଇଛନ୍ତି।…