ଆଜିଠୁ ଶ୍ରୀମନ୍ଦିର ୩ ଦିନ ବନ୍ଦ

ପୁରୀ, : ନୂଆବର୍ଷ ଭିଡ଼ରେ କୋଭିଡ୍‌ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଡିସେମ୍ବର ୩୧ରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖିଛି। ଏହି ତିନିଦିନ ଭକ୍ତମାନେ ଶ୍ରୀମନ୍ଦିର ପ୍ରବେଶ କରିବାରେ କଟକଣା ଲଗାଯାଇଛି। କେବଳ ନୀତି ସଂପୃକ୍ତ ସେବକ, ଜେଟିପି, ଅଧିକାରୀମାନେ ଶ୍ରୀମନ୍ଦିର ଯାଇପାରିବେ। ଜାନୁଆରି ୩ରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବା ସହ ମହାପ୍ରଭୁଙ୍କ ଦର୍ଶନ ସ୍ବାଭାବିକ ହେବ। ଏ ନେଇ ଏସ୍‌ଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ।ଅନ୍ୟପଟେ ନୂଆବର୍ଷ ପରେ ପରେ ଅର୍ଥାତ୍‌ ଜାନୁଆରି ୩ରୁ ଭିଡ଼ ବଢ଼ିବା ଆଶଙ୍କା ରହିଥିବାରୁ ଏହାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡରେ ବାରିକେଡିଂ ବ୍ୟବସ୍ଥା କରାଯାଇଛି। ମରିଚିକୋଟ ଛକରୁ ବାଉଁଶର ବାଡ଼ ତିଆରି କରାଯାଇଛି। ଏକାଧିକ ଧାଡ଼ିର ଏହି ବାରିକେଡ୍‌ ଦେଇ ଭକ୍ତମାନେ ପ୍ରବେଶ ଓ କିଓସ୍କ କେନ୍ଦ୍ରରେ କାଗଜପତ୍ର ଯାଞ୍ଚ ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇପାରିବେ

Advertisement

Leave a Reply

Your email address will not be published. Required fields are marked *