ଭୁବନେଶ୍ବର: ଅନୁସୂଚିତ ଜନଜାତି ଭାଇ-ଭଉଣୀଙ୍କ ଉପରୁ ଛୋଟଛୋଟ ମକଦ୍ଦମା ପ୍ରତ୍ୟାହାର ହେବ। ଗୃହ, ଅବକାରୀ ଓ ଜଙ୍ଗଲ ବିଭାଗ ଅଧୀନରେ ଥିବା ମାମଲା ପ୍ରତ୍ୟାହାର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଆଦିବାସୀଙ୍କ ଉପରୁ ଜଙ୍ଗଲ ଓ ଅବକାରୀ ସଂପର୍କିତ ୪୮୦୧୮ ମାମଲା ପ୍ରତ୍ୟାହୃତ ହେବ। ଏହି ମାମଲା ଗୁଡିକ ମଧ୍ୟରେ ଅବକାରୀ ବିଭାଗ ଅଧିନରେ ୩୬୫୮୧ ମାମଲା, ଗୃହ ବିଭାଗ ଅଧୀନରେ ୯୮୪୬ ମାମଲା, ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ୧୫୯୧ ମାମଲାକୁ ପ୍ରତ୍ୟାହାର କରାଯାଇଛି। ଏହିସବୁ ମାମଲା ପ୍ରତ୍ୟାହୃତ ହେବା ଦ୍ବାରା କୋର୍ଟ ଓ ନ୍ୟାୟିକ ବ୍ୟବସ୍ଥା ଉପରୁ ମଧ୍ୟ ଚାପ ହ୍ରାସ ପାଇବ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ,ଜନଜାତି ଉପରୁ ଛୋଟ ମାମଲା ହେବ ପ୍ରତ୍ୟାହୃତ।


