“ବିଦ୍ରୋହ” ଦେଖିବାକୁ ମିଳିବ ଇଂରେଜଙ୍କ ବିରୁଦ୍ଧରେ ବକ୍ସି ଜଗବନ୍ଧୁଙ୍କ ଲଢ଼େଇ।

ଭୁବନେଶ୍ୱର: ପାଇକ ବିଦ୍ରୋହର କାହାଣୀକୁ ନେଇ ଆଧାରିତ ଧାରାବାହିକ ‘ବିଦ୍ରୋହ’ ଖୁବ୍ ଶୀଘ୍ର ଷ୍ଟାରପ୍ଲସରେ ପ୍ରସାରିତ ହେବାକୁ ଯାଉଛି । ଇଂରେଜଙ୍କ ବିରୁଦ୍ଧରେ ବକ୍ସି ଜଗବନ୍ଧୁଙ୍କ କିଭଳି ଲଢ଼େଇ କରିଥିଲେ ତାହାକୁ ବର୍ଣ୍ଣନା କରାଯାଇଛି। ଭାରତୀୟ ମୁକ୍ତି ସଂଗ୍ରାମର ଆଦ୍ୟ କାଳରେ ବକ୍ସି ଥିଲେ ଜଣେ ଯୋଦ୍ଧା । ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାଏ ବା ପାଇକ ବକ୍ସି ନାମରେ ସେ ଥିଲେ ଜଣାଶୁଣା। ପାଇକ ବିପ୍ଳବୀମାନେ ତାଙ୍କର ନେତୃତ୍ବରେ ୧୮୧୭ ମସିହାରେ ଫିରିଙ୍ଗ ଶାସନ ବିରୁଦ୍ଧରେ ପାଇକ ବିଦ୍ରୋହ ଆରମ୍ଭ କରିଥିଲେ

Advertisement

କଳିଙ୍ଗର ଏହି ଐତିହାସିକ କାହାଣୀକୁ ଏବେ ହିନ୍ଦୀ ଚ୍ୟାନେଲ ଷ୍ଟାରପ୍ଲସରେ ଦେଖିବେ ଅଗଣିତ ଦର୍ଶକ । ଗାଥା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଧାରାବାହିକରେ ମୁଖ୍ୟ ଭୂମିକାରେ ଶାହରଦ ମାଲୋହୋତ୍ରା, ହେମାଲ ଇଙ୍ଗ୍‌ଲେ ଓ ସୁଲଗ୍ନା ପାଣିଗ୍ରାହୀ ରହିଛନ୍ତି। ବର୍ତ୍ତମାନ ଧାରାବାହିକର ଟ୍ରେଲର ୟୁଟ୍ୟୁବରେ ଦେଖିବାକୁ ମିଳିଥିବାବେଳେ ଆସନ୍ତା ଅକ୍ଟୋବରରେ ଏହା ମୁକ୍ତିଲାଭ କରିବ ।

Leave a Reply

Your email address will not be published. Required fields are marked *