ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ରାଜ୍ୟ ନିର୍ବାଚନ କମିସନ

ଫେବ୍ରୁଆରି ୧୬, ୧୮ , ୨୦, ୨୨ ଓ ୨୪ ତାରିଖରେ ହେବ ନିର୍ବାଚନ

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିସନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଗୀତଗୋବିନ୍ଦ ସଦନରେ ରାଜ୍ୟ ନିର୍ବାଚନ କମିସନ୍ ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ସେ କହିଛନ୍ତି,ସକାଳ ୭ଟାରୁ ଦିନ ୧ଟା ଯାଏ ମତଦାନ କରାଯାଇପାରିବ। କୋଭିଡ୍ କଟକଣା ଭିତରେ ନିର୍ବାଚନ ହେବ। ଏଥର ଜଣେ ପ୍ରାର୍ଥୀ ସର୍ବାଧିକ ୫ଜଣଙ୍କୁ ସାଙ୍ଗରେ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ। କୌଣସି ପ୍ରକାରର ସମ୍ମିଳନୀକୁ ଅନୁମତି ମିଳିବ ନାହିଁ। ଭର୍ଚୁଆଲରେ ପ୍ରଚାର କରିପାରିବେ ପ୍ରାର୍ଥୀ। ଫେବ୍ରୁଆରି ୧୬, ୧୮, ୨୦, ୨୨ ଓ  ୨୪ ତାରିଖରେ ନିର୍ବାଚନ ହେବ। ଭୋଟ ଗଣତି ଫେବ୍ରୁଆରି୨୫, ୨୬ ଓ ୨୮ ତାରିଖରେ ହେବ। ଆଗାମୀ  ପଞ୍ଚାୟତ ନିର୍ବାଚନ  ଲାଗି ଆଜିଠାରୁ ଆଚରଣ ବିଧି ଲାଗୁ ହେଲା। ଏହା ଫେବ୍ରୁଆରି୨୮ ତାରିଖ ଯାଏ ବଳବତ୍ତର ରହିବ।

ରାଜ୍ୟରେ ମୋଟ୍ ୯୧, ୯୧୩ଟି ୱାର୍ଡରେ ନିର୍ବାଚନ ହେବ। ୬୭୯୪ଟି ପଞ୍ଚାୟତରେ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ପାଇଁ ଏବଂ ୮୫୩ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ଅନୁଷ୍ଠିତ ହେବ। ୪୩୩ ଜିଲ୍ଲା ପରିଷଦ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସକାଳ ୭ଟାରୁ ଦିନ ୧ଟା ଯାଏ ମତଦାନ କରାଯାଇପାରିବ। ନିର୍ବାଚନ ସରିବା ପରେ ବ୍ଲକରେ ହେବ ସେଣ୍ଟ୍ରାଲ୍ କାଉଣ୍ଟିଙ୍ଗ ହେବ।ଏଥର ପଞ୍ଚାୟତ ନିର୍ବାଚନ ପାଇଁ ମୋଟ ଭୋଟର ହେଉଛନ୍ତି ୨ କୋଟି ୭୯ ଲକ୍ଷ।ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ ୧୫ଟା ସରପଞ୍ଚପ୍ରାର୍ଥୀଙ୍କ ପାଇଁ ୩୨ ପ୍ରକାର, ସମିତି ସଭ୍ୟ ପାଇଁ ୧୯ ପ୍ରକାର ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ୧୯ ପ୍ରକାରର ଚିହ୍ନ ଜାରି ହୋଇଛି। ଏଣେ ୱାର୍ଡ ମେମ୍ବର ପାଇଁ ହଳଦିଆ, ସରପଞ୍ଚ ପାଇଁ ଗୋଲାପି ଓ ଜିଲ୍ଲା ପରିଷଦ ପାଇଁ ଧଳା ବ୍ୟାଲଟ ବ୍ୟବହାର ହେବ।
ଏଣେ ଏଥର ପଞ୍ଚାୟତ ନିର୍ବାଚନ ଖର୍ଚ୍ଚ ବି ବଢ଼ିଛି। ସରପଞ୍ଚ/ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ୮୦ ହଜାରରୁ ବଢ଼ି ୨ ଲକ୍ଷ ହୋଇଛି ଖର୍ଚ୍ଚ ସୀମା। ସେହିପରି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ୨ ଲକ୍ଷରୁ ବୃଦ୍ଧି ହୋଇ ୫ଲକ୍ଷ ଟଙ୍କା ହୋଇଛି।

Leave a Reply

Your email address will not be published. Required fields are marked *