ପୌର ଭୋଟ୍ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ: ଖୁବ ଶୀଘ୍ର ଘୋଷଣା ହୋଇପାରେ ନିର୍ବାଚନ ତାରିଖ।

ଭୁବନେଶ୍ବର : ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡିଲେ ସରକାର । ଖୁବ୍ ଶୀଘ୍ର ଘୋଷଣା ହୋଇପାରେ ପୌର ନିର୍ବାଚନ ତାରିଖ । ନିର୍ବାଚନ ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରିଛନ୍ତି ସରକାର । ୩ ମହାନଗର ନିଗମ ଓ ୧୦୭ ପୌରାଞ୍ଚଳରେ ନିର୍ବାଚନ ପାଇଁ ଜାରି ହୋଇଛି ବିଜ୍ଞପ୍ତି । କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ହେବ ନିର୍ବାଚନ । ସେହିପରି ଅନ୍ୟ ୧୦୭ ମ୍ୟୁନିସିପାଲଟି ଓ ଏନଏସି ନିର୍ବାଚନ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।ସମସ୍ତ ପ୍ରସ୍ତୁତି ଶେଷ ପରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ପୌର ନିର୍ବାଚନ ଆହ୍ୱାନ କରାଯାଇଛି । ଏନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯାଇଛି ନଗର ଉନ୍ନୟନ ବିଭାଗ । ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ନିର୍ବାଚନ ହେବ। ସେହିପରି ମହାନଗର ନିଗମ କାଉନସିଲ୍, କର୍ପୋରେଟର, ପୌରାଧ୍ୟକ୍ଷ ଓ ମେୟର ପାଇଁ ମଧ୍ୟ ନିର୍ବାଚନ ହେବ.

Leave a Reply

Your email address will not be published. Required fields are marked *