ଅନୁଗୋଳ : ଅନୁଗୋଳ ବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଅମଲାପଡ଼ା ବାସନ୍ତୀ ଦୁର୍ଗା ପଡିଆ ରେ ଏକ ତିନି ଦିନିଆ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମଂଟର ଆୟୋଜନ କରାଯାଇଛି । ଆସନ୍ତା ୫ ତାରିଖରୁ ଏହି ଟୁର୍ଣ୍ଣାମଂଟ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଦୁଇଟି ପର୍ଯ୍ୟାୟରେ ଏହି ଟୁର୍ଣ୍ଣାମଂଟ ଆୟୋଜନ କରା ଯାଉଥିବା ବେଳେ ପ୍ରଥମ ଦିନ ଜିଲ୍ଲା ଭିତର ର ବିଭିନ୍ନ ସ୍ଥାନରୁ ଟିମ ଭାଗ ନେବେ । ଭାଗ ନେଉଥିବା ଟିମ ଗୁଡିକ ହେଉଛି ପୋଡାପଡା, ଛେଣ୍ଡିପଦା, କସିଡିହ, ସନ୍ତରାବନ୍ଧ, ଗୋବରା, ଟାକୁଆ, ଟେଣ୍ଲୋଇ ଓ ଟାଟା ଷ୍ଟିଲ।
ସେହିପରି ଦ୍ୱିତୀୟ ପର୍ଯ୍ୟାୟ ବା ଦିନର ଖେଳ ବାଲେଶ୍ବର, ଭଦ୍ରକ, ଭୁବନେଶ୍ବର, ରାଉରକେଲା ଓ ପାରଦୀପ ଭଳି ରାଜ୍ୟର ଭଲିବଲ ଦଳ ଭାଗ ନେବା ସହ ପ୍ରଥମ ଦିନର ଚମ୍ପିୟାନ ଓ ରନର୍ସଅପ ଟିମ ଦ୍ଵୟ ସହ ଆୟୋଜଳ ଦଳ ଭାଗ ନେବ । ୬ ତାରିଖ ଦିନ ଏହି ସମସ୍ତ ଟିମକୁ ନେଇ ଲିଗ ପର୍ଯ୍ୟାୟରେ ଖେଳ ହେବ । ଅନ୍ତିମ ଦିନରେ ଏହି ଦ୍ବିତୀୟ ପର୍ଯ୍ୟାୟ ଟୁର୍ଣ୍ଣାମଂଟର ସେମିଫାଇନାଲ ଓ ଫାଇନାଲ ମ୍ୟାଚ ସହ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ ବୋଲି ବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।ଏହା ଛଡା ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଟ ସାମ୍ବାଦିକ ମାନଙ୍କ ଦ୍ଵାରା ବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତ ଜର୍ସି କୁ ଉନ୍ମୋଚନ କରାଯାଇଛି