ଅନୁଗୋଳ: କେନ୍ଦ୍ର ସରକାର ଙ୍କ ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରଣାଳୟ ଅଧିନ ରାଜ୍ଯ ର ସମସ୍ତ ଜନ ଶିକ୍ଷଣ ସଂସ୍ଥାନ କୁ ନେଇ ଏକ ଦୁଇ ଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।
ପ୍ରଥମ ଦିବସ ରେ ଉଦ୍ଘାଟକ ଭାବେ ଅନୁଗୋଳ ର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେବା ସହ ପ୍ରଦୀପ ପ୍ରଜ୍ବଳନ କରି ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଜେ ଏସ୍ ଏସ୍ ଅନୁଗୋଳ ର ଉପାଧ୍ୟକ୍ଷା ସୁଶ୍ରୀ ସଙ୍ଗୀତା ମହାନ୍ତି ଦୁଇ ଦିନ ର ତାଲିମ୍ ଶିବିର କୁ ସମସ୍ତ ଜିଲ୍ଲାର ଜେ ଏସ୍ ଏସ୍ କର୍ମକର୍ତ୍ତା ଙ୍କୁ ସ୍ଵାଗତ କରି ଥିଲେ।

ଓଡ଼ିଶା ସରକାରଙ୍କ ପୂର୍ବ ପ୍ରାଶାସନିକ ଅଧିକାରୀ ହେମନ୍ତ କୁମାର ଦାଶ ପ୍ରଥମ ସତ୍ର ରେ ଓଡିଶା ର ସମସ୍ତ ଜେ ଏସ୍ ଏସ୍ ର କାର୍ଯ୍ୟକର୍ତ୍ତା ଙ୍କୁ ଦକ୍ଷତା, ସାଧାରଣ ପ୍ରଶାସନ, ନେତୃତ୍ୱ, ସମୟାନୁବର୍ତ୍ତିତା,
ଯୋଗାଯୋଗ ,ଦକ୍ଷତା ବିକାଶ ଉପରେ ତାଲିମ ପ୍ରଦାନ କରିଥିଲେ।ଦିତୀୟ ଦିବସ ର ପ୍ରଥମ ସତ୍ର ରେ ଭିଡିଓ କନଫରେନ୍ସ ମାଧ୍ୟମରେ ଜେ ଏସ୍ ଏସ୍ ଅଧ୍ୟକ୍ଷା ଗାୟତ୍ରୀ ହରିହର ଆୟର ସମସ୍ତ ଙ୍କୁ ସ୍ଵାଗତ କରିବା ସହ ମନ୍ତ୍ରାଳୟ ପକ୍ଷରୁ ଡେପୁଟି ସେକ୍ରେଟାରୀ ଶ୍ରୀ ଇନ୍ଦୁ ଭୂଷଣ ଲେଙ୍କା ଓଡ଼ିଶାର ସମସ୍ତ ଜେ ଏସ୍ଏସ୍ କାର୍ଯ୍ୟଶୈଳୀ ପରିମାର୍ଜିତ କରିବା ପାଇଁ ଉପଦେଶ ଦେଇଥିଲେ।

ଉଦଯାପନୀ ଉତ୍ସବରେ ଢେଙ୍କାନାଳ ସାଂସଦ ତଥା ଲୋକସଭା ର ଶ୍ରମ , ବୟନଶିଳ୍ପ , ଦକ୍ଷତା ବିକାଶ ର ସଂସଦୀୟ ସ୍ଥାୟୀ ସମିତି ର ସଦସ୍ୟ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଏବଂ ମନ୍ଦିର ପରିଚାଳନା ସମିତିର ସଦସ୍ୟ ତଥା ବିଶ୍ଵ ହିନ୍ଦୁ ପରିଷଦ ର ରାଜ୍ଯ ସମ୍ପାଦକ ପଣ୍ଡିତ ମହେଶ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରି ଥିଲେ ସମସ୍ତ ପ୍ରଶିକ୍ଷାଥି ଙ୍କୁ ପ୍ରମାଣ ପତ୍ର ମଧ୍ଯ ପ୍ରଦାନ କରିବା ସହ ଓଡ଼ିଶା ରାଜ୍ୟ ର ସମସ୍ତ ଜନ ଶିକ୍ଷଣ ସଂସ୍ଥାନ ର ହିତାଧିକାରୀ ଙ୍କ ଦ୍ଵାରା ପ୍ରସ୍ତୁତ ସମାଗ୍ରୀ ଗୁଡିକୁ ପରିଦର୍ଶନ କରି ଥିଲେ |
ଏଇ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କୁ ଜେ ଏସ୍ ଏସ୍, ଅନୁଗୋଳ ନିର୍ଦ୍ଦେଶକ ସୌରୀ ରଞ୍ଜନ ପଣ୍ଡା ଏବଂ ସହକର୍ମୀ ମାନେ ସୁଚାରୁ ରୂପେ ପରିଚାଳନା କରିଥିଲେ |



