ଭୁବନେଶ୍ବର : ରାଜ୍ୟ ଘରୋଇ ବସ୍ ଧର୍ମଘଟ ସ୍ଥଗିତ ରଖାଯାଇଛି। ଆଜି ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟ ସ୍ଥଗିତ ନିଷ୍ପତ୍ତି ନେଇଛି ଘରୋଇ ବସ୍ ମାଲିକ ସଂଘ। ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ ଘରୋଇ ବସ୍ ଧର୍ମଘଟ ସ୍ଥଗିତ ରଖାଯାଇଛି। ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।ଆସନ୍ତାକାଲିଠୁ ଅର୍ଥାତ ୧୦ ଅକ୍ଟୋବରରୁ ଘରୋଇ ବସ୍ ଧର୍ମଘଟ ପାଇଁ ଡାକରା ଦେଇଥିଲା। ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଘରୋଇ ବସ୍ ମାଲିକ ସଂଘ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଲୋଚନା ପରେ ବସ୍ ମାଲିକ ସଂଘ ଷ୍ଟିୟରିଂ କମିଟି ବୈଠକ ପରେ ନିଷ୍ପତ୍ତି ଶୁଣାଇବେ ବୋଲି କହିଥିଲେ। ଅପରାହ୍ନରେ ବସ୍ ମାଲିକ ସଂଘ ଷ୍ଟିୟରିଂ କମିଟି ବୈଠକରେ ଆଲୋଚନା ପରେ ଧର୍ମଘଟ ସ୍ଥଗିତ ରଖାଯିବା ନେଇ ନିଷ୍ପତ୍ତି ହୋଇଛିଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବସ ମାଲିକ ସଂଘର ଆଲୋଚନା ହୋଇଥିଲା।
ବୈଠକରେ ୫ଟି ସଚିବ, ପରିବହନ କମିଶନର ଅମିତାଭ ଠାକୁର, ମୋ ବସ ମୁଖ୍ୟ ଅରୁଣ ବୋଥ୍ରା, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଘରୋଇ ବସ ମାଲିକ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକ ଶେଷ ପରେ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ପ୍ରତିକ୍ରିୟାରେ କହିଥିଲେ ଯେ, ରାଜ୍ୟ ସରକାରଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି । ସରକାରଙ୍କ ପ୍ରତିଶ୍ରୁତି ନେଇ ବରମୁଣ୍ଡା ବସଷ୍ଟାଣ୍ଡରେ ବସିବ ଷ୍ଟିୟରିଂ କମିଟି ବୈଠକ ବସିବ। ବୈଠକରେ ବିଭିନ୍ନ ବିଷୟ ନେଇ ଆଲୋଚନା ହେବା ପରେ ଧର୍ମଘଟ ଧର୍ମଘଟ ହେବ କି ନାହିଁ ସେ ନେଇ ଚୁଡାନ୍ତ ନିଷ୍ପତ୍ତି ଶୁଣାଇବ। ଆଉ ବୈଠକରେ ଧର୍ମଘଟକୁ ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବା ନେଇ କୁହାଯାଇଛି।