ବନ୍ଧୁକ ବେପାରୀ କୁ ଗିରଫ କଲା STF , ଜବତ ହେଲା ୮ଟି ଦେଶୀ ବନ୍ଧୁକ ଓ ୭ ଗୁଳି .

ବୁବନେଶ୍ବର : ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଥାନା ର  କେରଜଙ୍ଗ ଗାଁରୁ ୮ଟି ଦେଶୀ ବନ୍ଧୁକ ଓ ୭ଟି ଗୁଳି ଜବତ କରାଯାଇଥିବାର ଖବର ମିଳିଛି। ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଅନୁଗୋଳ ଛେଣ୍ଡିପଦା ଅଞ୍ଚଳରେ ଏସଟିଏଫ୍ ଓ ଅନୁଗୁଳ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା।ଘଟଣାସ୍ଥଳରୁ ଅଭିଯୁକ୍ତ ରତ୍ନାକର କାଲଟାଙ୍କୁ ଧରିବା ସହ ତା ନିକଟରୁ ୮ ଟି ଦେଶୀ ବନ୍ଧୁକ ଓ ୭ ଟି ଗୁଳି ଜବତ କରାଯାଇଥିଲା। ଅଭିଯୁକ୍ତର ଘର ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ଥାନା ଅନ୍ତର୍ଗତ ସରାପାଲିରେ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ ନାକଟିଦେଉଳ ଥାନା ସରାପାଲି ଗ୍ରାମର ରତ୍ନାକର କାଲଟା ଅନୁଗୁଳ, ସମ୍ବଲପୁର ଓ ଦେବଗଡ଼ ଅଂଚଳରେ ବେଆଇନ ଦେଶୀ ପିସ୍ତଲ ଓ ଗୁଳି ବ୍ୟବସାୟ ଚଳେଇଥିଲେ। ଦୀର୍ଘଦିନରୁ ଏସଟିଏଫ ଟିମ ପକ୍ଷରୁ ରତ୍ନାକରଙ୍କ ପିଛା କରୁଥିଲା। ଗତକାଲି ରାତିରେ କୌଣସି ଗ୍ରାହକଙ୍କୁ ଅପେକ୍ଷା କରିଥିବା ସମୟରେ କେରେଜେଙ୍ଗ ଠାରେ ରାସ୍ତାରେ ଅପେକ୍ଷା କରିଥିବା ବେଳେ ରତ୍ନାକରଙ୍କ ଠାରୁ ୮ ଦେଶୀ ପିସ୍ତଲ ଓ ୭ ଜବତ ଏସଟିଏଫ ଟିମ ଜବତ କରିଛି। ଏସଟିଏଫ ଟିମ ଅଭିଯୋଗରେ ଛେଣ୍ଡିପଦା ପୁଲିସ ଦେଶୀ ପିସ୍ତଲ ଓ ଗୁଳି ଜବତ କରି ରତ୍ନାକରକୁ ଗିରଫ କରି ତଦନ୍ତ ଚଳେଇଛି

Leave a Reply

Your email address will not be published. Required fields are marked *